ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ମତଦାନ

ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ କରୁଛନ୍ତି।୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟି ଜମ୍ମୁ ବିଭାଗରେ ଏବଂ ୧୬ଟି କଶ୍ମୀର ବିଭାଗରେ ରହିିଛି। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ଯାଇଥିବା ବେଳେ ସଂଧ୍ୟା ୬ଟାରେ ଯାଇ ଶେଷ ହେବ ବୋଲି ସୂଚନା ରହିଛି।ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ତାରିଖରେ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍ଟେମ୍ବର ୨୫ ତାରିଖରେ।  ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି।ଜମ୍ମୁ ବିଭାଗର ୨୪ଟି ବିଧାନସଭା ଆସନ ମଧ୍ୟରୁ ଜମ୍ମୁ, ସାମ୍ବା, କାଠୁଆ ଏବଂ ଉଦାମପୁରର ଆଦି ହିନ୍ଦୁ ସଂଖ୍ୟାଗରିଷ୍ଠ ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯିବ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ବାଜିମାତ୍‌ କରିଥିଲା। ବିଜେପି ଗତ ନିର୍ବାଚନରେ ୨୪ଟି ଆସନରୁ ୨୨ଟି ଆସନ ହାତେଇଥିବା ବେଳେ ଏଥର ବି ବେଶ୍‌ ଆଶାବାଦୀ ରହିଛି।