ଚିନ୍ତାରେ ମମତା

ବାଂଲାଦେଶରେ ଯେତେବେଳେ ବି ବଡ଼ ରାଜନୈତିକ ସଙ୍କଟ କିମ୍ବା ବିଦ୍ରୋହ ଦେଖାଦେଇଛି, ସେତେବେଳେ ପଶ୍ଚିମବଙ୍ଗ ସରକାର ବିପର୍ଯ୍ୟୟରେ ପଡ଼ିଛନ୍ତି। ବାଂଲାଦେଶର ସଙ୍କଟ ପଶ୍ଚିମବଙ୍ଗର ୨ ମୁଖ୍ୟମନ୍ତ୍ରୀଙ୍କ ଚୌକି ନେଇଯାଇଥିଲା । ସେଠାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ରାଜ୍ୟକୁ ଜ୍ୟୋତି ବସୁଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଥିଲା । ୫୩ ବର୍ଷ ପରେ ବାଂଲାଦେଶରେ ହୋଇଥିବା ରାଜନୈତିକ ଭୂମିକମ୍ପ ପୁଣି ଥରେ ବଙ୍ଗଳା ରାଜନୀତିକୁ ସରଗରମ କରିଛି।୧୯୬୪ ମସିହାରେ ତତ୍କାଳୀନ ପୂର୍ବ ପାକିସ୍ତାନରେ ଧାର୍ମିକ ଓ ରାଜନୈତିକ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପାକ୍ ସେନାର ସମର୍ଥନରେ ବାଂଲାଦେଶ ମୁକ୍ତିର ହିନ୍ଦୁ ଓ ଲୋକଙ୍କୁ ହତ୍ୟା କରିବା ଆରମ୍ଭ ହୋଇଥିଲା। ଲୋକେ ଭୟରେ ପଳାୟନ କରିବା ଆରମ୍ଭ କରିଥିଲେ। ସେହି ସମୟରେ ଭାରତରେ ୬ ଲକ୍ଷ ଲୋକ ଆଶ୍ରୟ ନେଇଥିଲେ। ଅଧିକାଂଶ ବାଂଲାଦେଶୀ ଶରଣାର୍ଥୀ ବଙ୍ଗଳାର ବିଭିନ୍ନ ସ୍ଥାନରେ ରହୁଥିଲେ। ସେତେବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ସରକାର ଥିଲା ଏବଂ ମୁଖ୍ୟମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେନ୍ । ୧୯୬୭ ରେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇଥିଲା ଏବଂ କଂଗ୍ରେସ ପରାଜିତ ହୋଇଥିଲା । 

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ବାହାରିଛନ୍ତି । ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ, ଏହି ଦୁଇ ଦଳର ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଏହାରି ଭିତରେ ଶଙ୍ଖ ସୁପ୍ରିମୋ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଚର୍ଚ୍ଚା ହେଉଛି ଏହି ଗସ୍ତରେ ନବୀନ ବିଜେପିର କିଛି ବଡ଼ ନେତାଙ୍କୁ ଭେଟି ଆଲୋଚନା କରିପାରନ୍ତି । ଏହାସହ ସେ ପିଏମ୍ ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଖବର ମିଳୁଛି ।ତେଣୁ କେଉଁଠି ନା କେଉଁଠି ନବୀନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ମିଟିଂ ହେଇପାରେ । ତେଣୁ ଯେହେତୁ ବିଜେଡି ଆଉ ବିଜେପି ଭଳି ଦୁଇ ଦଳର ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି, ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ, ଓଡ଼ିଶା ପାଇଁ ଦିଲ୍ଲୀରୁ ଆସିବ କି ବଡ଼ ଖବର ?

ସାଧାରଣ ନିର୍ବାଚନ ପରଠାରୁ ବିଜେଡି-ବିଜେପି ସମ୍ପର୍କରେ ତିକ୍ତତା ଆସିଛି । ପୂର୍ବରୁ ଅଧିକାଂଶ ପ୍ରସଙ୍ଗରେ ନବୀନ, ବିଜେପିକୁ ସମର୍ଥନ କରିଆସୁଥିଲେ । ହେଲେ ନିର୍ବାଚନ ପରେ କିନ୍ତୁ, ସେମିତି ଖୋଲା ସମର୍ଥନ ଦେଖିବାକୁ ମିଳିନି । ଅନେକ ପ୍ରସଙ୍ଗରେ ବିଜେଡି ସାଂସଦମାନେ ଭାଗ ଭାଗ ହେଇ ସମର୍ଥନ ଦେଇଛନ୍ତି ନଚେତ୍ ବିରୋଧ କରିଛନ୍ତି । ତେଣୁ ଆଗକୁ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ବିଜେଡି ଉପରେ ଏବେ ସମସ୍ତଙ୍କର ନଜର ।

ନବୀନ କାହାକୁ ସମର୍ଥନ କରିବେ ?

ଆସନ୍ତା ୯ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନବୀନ କାହାକୁ ସମର୍ଥନ କରିବେ ଘୋଷଣା କରିନାହାଁନ୍ତି ।  ନିର୍ବାଚନରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି। ଦଳ ସଭାପତି କିଛି ନିଷ୍ପତ୍ତି ନେବା ପୂର୍ବରୁ ଆଜି ଦଳର ରାଜନୈତିକ ବ୍ୟାପାର କମିଟି ସହ ଆଲୋଚନା କରିଛନ୍ତି। କମିଟିର ସଦସ୍ୟମାନଙ୍କ ମତ ଶୁଣିବା ପରେ ନବୀନ କହିଛନ୍ତି ‌ଯେ କାହାକୁ ସମର୍ଥନ କରିବା କି ନାହିଁ ଖୁବ୍‌ଶୀଘ୍ର ଜଣାଇଦେବି।

ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଅଙ୍କ କଷୁଛନ୍ତି ଦୁଇ ମହାମେଣ୍ଟ । ନିର୍ବାଚନକୁ ମାତ୍ର 3 ଦିନ ଥିବା ବେଳେ ସମର୍ଥନ ଲାଗି ବିଭିନ୍ନ ଦଳ ସହ ଆଲୋଚନା କରୁଛନ୍ତି ଉଭୟ ମେଣ୍ଟର ତୁଙ୍ଗ ନେତା । ଏହା ଭିତରେ ଚର୍ଚ୍ଚାରେ ରହିଛି ବିଜୁ ଜନତା ଦଳ- ବିଜେଡି । ନିର୍ବାଚନରେ କ’ଣ ରହିବ ନବୀନ ପଚ୍ଚନାୟକଙ୍କ ଆଭିମୁଖ୍ୟ ? କୁଆଡେ ରହିବ ନବୀନଙ୍କ ଗତି ? କାହା ଖାତାକୁ ଯିବ ବିଜେଡିର 7 ଭୋଟ ? ତାହା ଉପରେ ସମସ୍ତଙ୍କ ନଜର ।

କାର୍ଯ୍ୟକାଳ ଶେଷ ପୂର୍ବରୁ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ପୁଣିଥରେ ଉପରାଷ୍ଟ୍ରପତି ହେଉଛି । ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ବାଧୀନ NDA ମେଣ୍ଟ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛାଡ଼ି କରିଛି । ସେପଟେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ । ଉଭୟଙ୍କ ମଧ୍ୟରୁ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଆସନ୍ତା ୯ ତାରିଖରେ ସ୍ପଷ୍ଟ ହେବ । ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଅଣ୍ଟା ଭିଡିଛନ୍ତି ଉଭୟ NDA ଏବଂ INDIA ମେଣ୍ଟ । ସମର୍ଥନ ଲାଗି ଉଭୟ ମେଣ୍ଟ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଯୋଗାଯୋଗ ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଛି । ବିଭିନ୍ନ ନିର୍ଣ୍ଣାୟକ ପରିସ୍ଥିତିରେ ବିଜେଡି ଏନଡିଏ ଆଡ଼କୁ ଢଳି ରହୁଥିବା ନଜିର ରହିଛି । ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି ।

ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ” ସେପ୍ଟେମ୍ବର ୯ ତାରିଖ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ସେ ନିଷ୍ପତ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ ହିଁ ନେବେ । ନବୀନ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ନବୀନ ସବୁବେଳେ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରି ଆସିଛନ୍ତି । ଓଡିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ, ନବୀନ ପଟ୍ଟନାୟକ ସେହି ନିଷ୍ପତ୍ତି ନେବେ । ”

ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି କହିଛନ୍ତି ଦଳର ଅନ୍ୟତମ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି । ତାଙ୍କ କହିବା ହେଲା, ” ବିଜେଡି ସଂସଦୀୟ ଦଳ ବୈଠକ ବସିନାହିଁ । ବୈଠକରେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ ।”

 

ଓଡ଼ିଶାରେ ବର୍ତ୍ତମାନ ବିରୋଧୀ ଦଳରେ ଥ‌ିବା ବିଜେଡି ପୂର୍ବରୁ ଜାତୀୟ ପ୍ରସଙ୍ଗଗୁଡ଼ିକରେ, ବିଜେପି ନେତୃତ୍ୱତ୍ବାଧୀନ ଏନଡିଏ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ପ୍ରତ୍ୟେକ ନୀତି ଓ ପ୍ରସଙ୍ଗରେ ଏନଡିଏକୁ ସମର୍ଥନ ଦେଇଛି । ତେବେ ଏଥର ଜାତୀୟ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନେବ ବୋଲି ଦଳୀୟ ନେତା କହୁଛନ୍ତି । ଗତ ସଂସଦ ଅଧିବେଶନରେ ୱାକଫ ବିଲ ଆଭିମୁଖ୍ୟକୁ ନେଇ ବିବାଦୀୟ ହୋଇଥିବା ବିଜେଡି, ଉପରାଷ୍ଟ୍ରପତି ନିର୍ବାଚନରେ କି ନିଷ୍ପତ୍ତି ନେବ, ତା ଉ ପରେ ରାଜନୈତିକ ମହଲରେ ଅପେକ୍ଷା ରହିଛି ।

 

 

୨୦୧୭ ମସିହା ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ତା’ର ଭୋଟ ଦେଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ NDA ଏମ. ଭେଙ୍କିଆ ନାଇଡୁଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ବିରୋଧୀ ମେଣ୍ଟ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ବେଳେ ବିରୋଧୀ ମେଣ୍ଟର ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଜଣାଇଥିଲେ ନବୀନ । ସେତେବେଳେ ବିଜେଡିର ଲୋକସଭାରେ ୨୦ ଏବଂ ରାଜ୍ୟସଭାରେ ୮ ଜଣ ସାଂସଦ ଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଧୁତା ଦୃଷ୍ଟିରୁ ସେ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଘୋଷଣା କରିଥିଲେ । ବିଜେଡି ସହିତ ନୀତିଶ କୁମାରଙ୍କ JDU ମଧ୍ୟ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ।

ଏଥର ଠିକ ସେହି ପରିସ୍ଥିତିକୁ ବିଜେଡି ଆସିବ ବୋଲି ଦିଲ୍ଲୀ ରାଜନୈତିକ କରିଡରରେ ଚର୍ଚ୍ଚା ରହିଛି । ଏଥ‌ିପାଇଁ ବିପକ୍ଷ ପ୍ରାର୍ଥୀ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ନବୀନଙ୍କ ସହିତ ସମ୍ପର୍କରେ ଅଛନ୍ତି । ବିଜେଡିର ଏବେ ଲୋକସଭାରେ କୌଣସି ସାଂସଦ ନଥ‌ିବାବେଳେ ରାଜ୍ୟସଭାରେ ୭ ଜଣ ସଦସ୍ୟ ଅଛନ୍ତି ।

ଋଷ୍‌ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି

ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍‌ଙ୍କୁ ନିକତର ଦେଖି  ସହ୍ୟ କରିପାରୁନାହାଁନ୍ତି ଶେହବାଜ୍‌ ।  ସରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ  ପୁଟିନ୍‌ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍‌  ପରେ ଘଟିଥିଲା, ଯେତେବେଳେ ପୁଟିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶାହବାଜ ସରିଫଙ୍କ ସାମ୍ନା ଦେଇ ଯାଉଥିଲେ । ସରିଫଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଥିଲା ।

 ପୁଟିନ୍‌ଙ୍କୁ ସାକ୍ଷାତକରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଲେ ଋଷ୍‌ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି ।  ଦୟାକରି ପାକ୍‌ ସହିତ  ସମ୍ପର୍କ ଏବଂ ମଧ୍ୟ ବନ୍ଧୁତ୍ବ ମଧ୍ୟ ରଖନ୍ତୁ ।  ଆମେ  ଆପଣଙ୍କ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛୁ ।  ମୋର ଅନୁରୋଧ ରକ୍ଷା କରନ୍ତୁ ।  ପୁଟିନ୍‌ଙ୍କ ଆଗରେ ଏଭଳି କାକୁତିମିନତି, ନେହୁରା ହୋଇ ପାକିସ୍ତାନ ସହ ବନ୍ଧୁତା ରଖିବାକୁ ଶେହବାଜ ସରିଫ୍‌ ଅନୁରୋଧ କରିଛନ୍ତି ।  ଖାଲି ଏପରି ନେହୁରା ହୋଇନଥିଲେ  ପୁଟୁନ୍‌ଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଥିଲେ  ଆଉ କହିଥିଲେ ଆପଣ ଜଣେ ଡାଇନାମିକ୍‌ ଲିଡର.. ।  ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ରୁଷ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।

ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?

ରାଜ୍ୟରେ ନୂଆ ଏନଏସି ଘୋଷଣା ହୋଇଛି । ଏହାକୁ ନେଇ କେଉଁଠି ଖୁସି ତ କେଉଁଠି ଦୁଃଖ । କେଉଁଠି ବିରୋଧ ପ୍ରଦର୍ଶନ ଚାଲିଛି । ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୧୬ଟି ନୂଆ ଏନଏସି (NAC) ଏବଂ ୭ଟି ନୂଆ ମ୍ୟୁନିସିପାଲିଟିର ଘୋଷଣା ହୋଇଛି ।  କିଛି ଅଞ୍ଚଳର ବାଦ୍ ପଡ଼ିବା ବିରୋଧୀ ଦଳ ବିଜେଡିଙ୍କୁ ସୁଯୋଗ ଦେଇଛି ବିରୋଧ କରିବାକୁ  ।  ମାର୍ଶାଘାଇ ଏବଂ ଆଳି ଏଥର ଏନଏସି ହେବାର ଆଶାରେ ଥିଲେ, କିନ୍ତୁ ଘୋଷଣାରେ ଏହାକୁ ବାଦ୍ ଦିଆଯାଇଛି। ଏହା ସ୍ଥାନୀୟ ଲୋକମାନଙ୍କୁ ମୋହନ ସରକାର ବିରୁଦ୍ଧରେ ବିଦ୍ରୋହ ପାଇଁ ପ୍ରସ୍ତୁତ କରୁଛି। ବିଜେଡି ନେତାମାନେ ଏହାକୁ ରାଜନୈତିକ ମାମଳା କରି ସରକାରକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଛି।

ଖୋର୍ଦ୍ଧାରେ ବେଗୁନିଆ ଓ ବୋଲଗଡ଼ର ବାଦ୍ ପଡ଼ିବାକୁ ନେଇ ବିରୋଧ ହେଉଛି ।  ଖୋର୍ଦ୍ଧା ଜିଲ୍ଲାରେ ଟାଙ୍ଗୀକୁ ଏନଏସି ମାନ୍ୟତା ମିଳିଛି, କିନ୍ତୁ ବେଗୁନିଆ ଏବଂ ବୋଲଗଡ଼କୁ ବାଦ୍ ଦିଆଯାଇଛି। ଏହା ସ୍ଥାନୀୟଙ୍କରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଆଗାମୀ ଦିନରେ ଯଦି ସରକାର ଏହି ଅଞ୍ଚଳକୁ ଏନଏସି ଘୋଷଣା ନକରନ୍ତି, ତେବେ ବିଜେଡି ଆନ୍ଦୋଳନ ଆରମ୍ଭ କରିବାର ଚେତାବନୀ ଦେଇଛନ୍ତି ବିଧାୟକ। ଏହା ସରକାରଙ୍କ ପାଇଁ ରାଜନୈତିକ କଣ୍ଟା ହୋଇପାରେ, କାରଣ ଏହି ଅଞ୍ଚଳରେ ବିଜେଡିର ମଜବୁତ ସମର୍ଥକ ଅଛନ୍ତି।

ସାମଗ୍ରିକ ପ୍ରଭାବ ଓ ବିଜେପିର ରାଜନୈତିକ ଲାଭ ହୋଇଛି ।  ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା ସରକାରଙ୍କୁ ବୁଷ୍ଟର୍ ଡୋଜ୍ ଦେଇଛି । ହଜାର ହଜାର ଲୋକ ଖୁସି ହୋଇଛନ୍ତି ।   ଯେଉଁ ଅଞ୍ଚଳଗୁଡ଼ିକୁ ବାଦ୍ ଦିଆଯାଇଛି, ସେଠାରୁ ସ୍ଥାନୀୟ ଲୋକମାନଙ୍କର ଅସନ୍ତୋଷ ସରକାରଙ୍କୁ ଅଡୁଆରେ ପକାଇପାରେ। ବିରୋଧୀ ବିଜେଡି ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ଆନ୍ଦୋଳନ କରି ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି।

ନିଜ ଝିଅକୁ କାହିଁକି ଦଳରୁ ବାହାର କଲେ କେସିଆର୍

କେ. କବିତା କାହିଁକି ଦଳରୁ ତଡ଼ା ଖାଇଲେ ।  ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଝିଅ, କାଲେଶ୍ୱରମ୍ ଲିଫ୍ଟ୍ ଇରିଗେସନ୍ ପ୍ରୋଜେକ୍ଟ ରେ ଅନିୟମିତତା ସମ୍ବନ୍ଧରେ ତାଙ୍କ କାକାଙ୍କ ପୁଅ ଟି. ହରିଶ୍ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ୍ କୁମାରଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗଗୁଡ଼ିକ ପାରିବାରିକ ଦ୍ୱନ୍ଦ୍ୱକୁ ସାମ୍ନାକୁ ଆଣିଥିଲା ।  BRSର ଅନ୍ତର୍ଗତ ସଂଘର୍ଷକୁ ବଢ଼ାଇ ଦେଇଛି। କବିତା ଅଭିଯୋଗ କରିଛନ୍ତି ଯେ, BRS ଶାସନ କାଳରେ (୨୦୧୪-୨୦୨୩) ହରିଶ୍ ରାଓ ବର୍ଷ ପର୍ଯ୍ୟନ୍ତ ଜଳସେଚନ୍ ମନ୍ତ୍ରୀ ଭାବେ ରହିଥିଲେ ଏବଂ KLIP-ରେ ସେମାନଙ୍କର ବଡ଼ ଭୂମିକା ଥିଲା। ସେ ହରିଶ୍ ରାଓ ଏବଂ ସନ୍ତୋଷ୍ କୁମାରଙ୍କୁ “ଦୁର୍ନୀତିର ଆନାକୋଣ୍ଡା” କହି ଚିହ୍ନାଇଛନ୍ତି, ଯାହା ପ୍ରୋଜେକ୍ଟରେ ଅନିୟମିତତାର ପ୍ରମାଣ ଦର୍ଶାଏ।

 କବିତା ପଚାରିଛନ୍ତି ଯେ, KCRଙ୍କ ଉପରେ କାହିଁକି ଦୁର୍ନୀତିର ଅଭିଯୋଗ ଲଗାଯାଉଛି? ସେ କହିଛନ୍ତି ଯେ, ନିକଟତର ଲୋକମାନେ (ହରିଶ୍ ରାଓ ସମେତ) KCRଙ୍କ ନାଁର ସୁଯୋଗ ନେଇ ସମ୍ପତ୍ତି ଅର୍ଜନ୍ କରିଛନ୍ତି। ଏହା ପାରିବାରିକ ଫାଟକୁ ପ୍ରକାଶ କରିଛି ଏବଂ BRSର ଇମେଜକୁ କ୍ଷତି ପହଞ୍ଚାଇଛି।

 କବିତା ଦାବି କରିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ୍ ରେଡ୍ଡି ଏବଂ ହରିଶ୍ ରାଓଙ୍କ ମଧ୍ୟରେ KLIP ସମ୍ବନ୍ଧରେ ଗୋପନୀୟ ସଂପର୍କ ରହିଛି। ତେଲେଙ୍ଗାନା ରାଷ୍ଟ୍ର ସମିତି (BRS)ରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏକ ନୂତନ ମୋଡ଼ ନେଇଛି । ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR) ତାଙ୍କ ଝିଅ ଏବଂ ବିଧାନସଭା ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ରାଜନୀତି ଜୋର ଧରିଛି । କାଲେଶ୍ୱରମ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ (KLIP)ରେ ଅନିୟମିତତା ପାଇଁ କବିତା ତାଙ୍କ କାକାଙ୍କ ପୁଅ ଟି. ହରିସ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ କୁମାରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରିବା ପରେ ଦଳରେ ଫାଟ ବଢ଼ିଛି ।  କବିତାଙ୍କ ବୟାନ ପରିବାର ଭିତରେ ଥିବା ଫାଟକୁ ପ୍ରକାଶ କରିଛି, ଯାହା BRSର ଭାବମୂର୍ତ୍ତିକୁ ଆହୁରି କ୍ଷତି ପହଞ୍ଚାଇପାରେ ।