ପୁରୀ ଜିଲ୍ଲାରେ ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଦୁଇ ପ୍ରମୁଖ ନିର୍ବାଚନମଣ୍ଡଳୀ ପୁରୀ ଓ ବ୍ରହ୍ମଗିରି ଶାସକ ଦଳ ହାତରୁ ଚାଲିଯିବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ନିରାଶାଜନକ ପ୍ରଦର୍ଶନ ପରେ ୨୦୨୪ ନିର୍ବାଚନ ଦଳ ପାଇଁ ଆହ୍ବାନ ପାଲଟିଛି। ପୁରୀ ସଂସଦୀୟ କ୍ଷେତ୍ର ବି ଅଳ୍ପକେ ବିଜେଡି ହାତରେ ରହିଛି। ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବରିଷ୍ଠ ନେତା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କାରଣ ମହେଶ୍ବର ଏକମାତ୍ର ନେତା ଯିଏ ଜିଲ୍ଲା ନେତାଙ୍କ ଉପରେ କମାଣ୍ଡିଂ ପାୱାର(ଦକ୍ଷତା) ରଖିଥିଲେ। ଏଣୁ ମହେଶ୍ବରଙ୍କ ବିକଳ୍ପ ଭାବେ କିଏ ଜିଲ୍ଲା ବିଜେଡିର ମଙ୍ଗ ଧରିବେ, କାହା ପାଖରେ ମହେଶ୍ବରଙ୍କ ଭଳି କମାଣ୍ଡିଂ ଦକ୍ଷତା ରହିଛି, ତାର ଅନ୍ବେଷଣରେ ରହିଛି ବିଜେଡି। ଏଭଳି ସ୍ଥିତିରେ ରାଜନୈତିକ ମହଲରେ ଦଳରେ ଓ ଦଳ ବାହାରେ ଥିବା କିଛି ପୁରୁଖା ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ବ୍ରଜକିଶୋର ତ୍ରିପାଠୀ, ସଂଜୟ କୁମାର ଦାସବର୍ମା ଓ ଶଙ୍କର୍ଷଣ ପରିଡ଼ା।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post