ପୁରୀ ଜିଲ୍ଲାରେ ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଦୁଇ ପ୍ରମୁଖ ନିର୍ବାଚନମଣ୍ଡଳୀ ପୁରୀ ଓ ବ୍ରହ୍ମଗିରି ଶାସକ ଦଳ ହାତରୁ ଚାଲିଯିବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ନିରାଶାଜନକ ପ୍ରଦର୍ଶନ ପରେ ୨୦୨୪ ନିର୍ବାଚନ ଦଳ ପାଇଁ ଆହ୍ବାନ ପାଲଟିଛି। ପୁରୀ ସଂସଦୀୟ କ୍ଷେତ୍ର ବି ଅଳ୍ପକେ ବିଜେଡି ହାତରେ ରହିଛି। ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବରିଷ୍ଠ ନେତା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କାରଣ ମହେଶ୍ବର ଏକମାତ୍ର ନେତା ଯିଏ ଜିଲ୍ଲା ନେତାଙ୍କ ଉପରେ କମାଣ୍ଡିଂ ପାୱାର(ଦକ୍ଷତା) ରଖିଥିଲେ। ଏଣୁ ମହେଶ୍ବରଙ୍କ ବିକଳ୍ପ ଭାବେ କିଏ ଜିଲ୍ଲା ବିଜେଡିର ମଙ୍ଗ ଧରିବେ, କାହା ପାଖରେ ମହେଶ୍ବରଙ୍କ ଭଳି କମାଣ୍ଡିଂ ଦକ୍ଷତା ରହିଛି, ତାର ଅନ୍ବେଷଣରେ ରହିଛି ବିଜେଡି। ଏଭଳି ସ୍ଥିତିରେ ରାଜନୈତିକ ମହଲରେ ଦଳରେ ଓ ଦଳ ବାହାରେ ଥିବା କିଛି ପୁରୁଖା ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ବ୍ରଜକିଶୋର ତ୍ରିପାଠୀ, ସଂଜୟ କୁମାର ଦାସବର୍ମା ଓ ଶଙ୍କର୍ଷଣ ପରିଡ଼ା।
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
Prev Post
Next Post