ଗତକାଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।ତାଙ୍କର ଏଭଳି ଅଭିଯୋଗ କରିବା ଏବଂ ରାଜନୀତିଠାରୁ ଦୂରରେ ଥିବା ଝିଅ ବିଷୟରେ ସାମ୍ବାଦିକ ସମ୍ମିଳନୀରେ କହିଥିବାରୁ ଏବେ ଖେଡା ଓ ଜୟରାମଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ସ୍ମୃତି ଇରାନୀ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା