ରାଜ୍ୟସଭା ନିର୍ବାଚନ ଶେଷ ହୋଇସାରିଛି । ଆଗାମୀ ଦୁଇ ମାସ ଭିତରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅନୁମାନ କରାଯାଉଛି ଯେ, ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନର ତାରିଖକୁ ଘୋଷଣା କରିପାରନ୍ତି ।ତେବେ ଏହି ସମୟ ମଧ୍ୟରେ ନିର୍ବାଚନ ସର୍ଭେ କରାଯାଉଛି । ବିଜେପି ୪୦୦ ପ୍ଲସ ସ୍ଲୋଗାନ ସହିତ ପୁଣି ଥରେ କ୍ଷମତାକୁ ଫେରିବାର ଯୋଜନା କରୁଛି । ୨୦୨୪ରେ ଯଦି ଜନତାଙ୍କ ନିଷ୍ପତ୍ତି ଏନଡିଏ ପକ୍ଷରେ ଆସୁଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ପ୍ରଧାନମନ୍ତ୍ରୀ ହେବେ ।ଏହାରି ମଧ୍ୟରେ ୫ ମାସ ପୂର୍ବରୁ କରାଯାଉଥିବା ସର୍ଭେ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କେଉଁ ପ୍ରାର୍ଥୀ ଜନତାଙ୍କ ପ୍ରଥମ ପସନ୍ଦ । ଲୋକମାନଙ୍କୁ ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ନୀତିଶ କୁମାର ଭଳି ନାମ ଦିଆଯାଇଥିଲା, ଯେଉଁଥିରେ ଲୋକମାନେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ କେଉଁ ନେତାଙ୍କୁ ନିଜ ପ୍ରଧାନମନ୍ତ୍ରୀ କରିବେ ୫ ମାସ ପୂର୍ବରୁ ପିଏମ ମୋଦୀ ପ୍ରଧାନମନ୍ତ୍ରୀ ପଦବୀ ଲାଗି ପ୍ରଥମ ପସନ୍ଦ ଥିଲେ । ୬୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ରୂପେ ପିଏମ ନରେନ୍ଦ୍ର ମୋଦୀଙ୍କୁ ଚୁୟନ କରିଥିଲେ । ମମତା ବାନାର୍ଜୀଙ୍କୁ ପସନ୍ଦ କରୁଥିବା ସଂଖ୍ୟା ବହୁତ କମ ଥିଲା । ୩ ପ୍ରତିଶତ ଲୋକେ ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ । ସେହିପରି ନିତିଶ କୁମାର ଏବଂ ମାୟାବତୀଙ୍କୁ ୬ ପ୍ରତିଶତ ଲୋକ ଏବଂ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରଥମ ପସନ୍ଦ ବୋଲି ଅଭିହିତ କରିଥିଲେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post