କଂଗ୍ରେସକୁ ଟାର୍ଗେଟ୍ କଲେ ନୀତୀଶ
ଜେଡିୟୁ ସଭାପତି ପଦରୁ ଆଜି ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଦଳ ଲଲନ ସିଂହଙ୍କ ଇସ୍ତଫାକୁ ମଂଜୁର କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ନୂଆ ସଭାପତି ହୋଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂହ ଦଳର ସଭାପତି ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ରଖିଥିଲେ ଏବଂ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ସଭାପତି ଚୟନ ସୁରୁଖୁରୁରେ ହୋଇଥିଲେ ମଧ୍ୟ ଅସଲରେ ଜେଡିୟୁରେ ଆଭ୍ୟନ୍ତରୀଣ କଳହ ଚରମରେ ପହଞ୍ଚିଛି। ଲଲନ ସିଂହଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ନେତା ଆର୍ଜେଡି ସହିତ ସଂପର୍କ ବଢ଼ାଇବା ନୀତୀଶଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି ।