ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ ଅବସରରେ ୩ଟି ସାଙ୍ଗଠାନିକ ଜିଲ୍ଲା ଯଥା ରାଉଲକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ ରହିଛି ।ସୋମବାର ଝାଡ଼ଖଣ୍ଡରୁ ସିଧା ବୀରମିତ୍ରପୁର ରାମପାଳ ଛକ ଦେଇ ଓଡ଼ିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କ ଭବ୍ୟ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଶୁକ୍ରବାରଠାରୁ ରାଉଲକେଲାରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ରାମପାଳ ଛକକୁ ଯାଇ ସ୍ଥିତି ପରଖି ଥିଲେ । ତେବେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରୀ ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର, ବଡଗାଁ ଓ କୁତ୍ରା ଠାରେ ମଧ୍ୟ ରୋଡ ସୋ କରି ସୁନ୍ଦରଗଡରେ ଆୟୋଜିତ ବିଶାଳ ସମାବେଶରେ ରାହୁଲ ସାମିଲ ହେବେ ।ଲୋକସଭା ନିର୍ବାଚନ ପୂର୍ବରୁ ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ଓ ଏବେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ନେଇ କଂଗ୍ରେସ ଶିବିର ଚଳ ଚଂଚଳ ହୋଇ ଉଠିଛି । କଂଗ୍ରେସର ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ ଦଳୀୟ ନେତା, କର୍ମୀଙ୍କ ସମେତ ସାଧାରଣ ଜନତା ବେଶ ଉତ୍ସାହିତ ଅଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post