ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ଏକାସାଙ୍ଗରେ ନିର୍ବାଚନ ଆୟୋଜନ ପାଇଁ ନୂଆଦିଲ୍ଲୀରେ ତିନୋଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ। ସୀତାରାମ ୟେଚୁରୀ, ନୀଲୋତ୍ପାଲ ବସୁ ଓ ମୁରଲୀଧରନଙ୍କୁ ନେଇ ଗଠିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ସିପିଆଇ(ଏମ୍)ର ତିନି ଜଣିଆ ପ୍ରତିନିଧି ଦଳ କମିଟିକୁ ଭେଟି ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଜଣାଇଛନ୍ତି। ତୃଣମୂଳ କଂଗ୍ରେସର ପ୍ରତିନିଧି ସୁଦୀପ ବନ୍ଦୋପାଧ୍ୟାୟ ଏବଂ କଲ୍ୟାଣ ବନ୍ଦୋପାଧ୍ୟାୟ ମଧ୍ୟ ନିର୍ବାଚନ ଉପରେ ଦଳର ମତାମତ ରଖିଛନ୍ତି।