ମେ ୧୩କୁ ଦେଶରେ ୪ର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ୍ ୭ ହଜାର ୩୦୩ କେନ୍ଦ୍ରରେ ମତଦାନ ହେବ । ଏଥିପାଇଁ ନିର୍ବାଚନ ହେବାକୁ ଥିବା ସବୁ ପୋଲିଂ ବୁଥକୁ ଇଭିଏମ ପଠାଯାଇଛି । ପୋଲିଂ ଅଧିକାରୀମାନେ ଇଭିଏମ ସହ ଭିଭିପାଟ ମେସିନ ସାଙ୍ଗରେ ଧରି ନିଜ ନିଜ ପୋଲିଂ ବୁଥକୁ ଯାଇଛନ୍ତି । ସମ୍ବେଦନଶୀଳ ବୁଥ୍ ସହ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ହେଲିକପ୍ଟର ଯୋଗେ ପୋଲିଂ ଟିମ୍ ସୁନାବେଡ଼ାକୁ ଯିବା ନେଇ ଜଣାପଡ଼ିଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ।ମେ ୧୩ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀରରେ ମତଦାନ ହେବ । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୫ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ ତେଲେଙ୍ଗାନରେ ୧୭, ଉତରପ୍ରଦେଶରେ ୧୩, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗରେ ୯, ମଧ୍ୟପ୍ରଦେଶରେ ୮, ବିହାରରେ ୫, ଝାଡଖଣ୍ଡ ଏବଂ ଓଡ଼ିଶାରେ ୪ ଟି ଲେଖାଏଁ ଆସନ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ହେବ । କାଲି ମିଦାନ ବେଳେ ପାଗ ଅନୁକୂଳ ରହିବ । ଉତ୍ତର ଉପକୂଳର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post