ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ କରିବାକୁ ସୁପ୍ରିମ୍ କେର୍ଟଙ୍କୁ କହିଲେ ଇଡି ଓ ସିବିଆଇ । ଏନେଇ ସୋମବାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଏଏସଜି ଏସଭି ରାଜୁ, ଏଜେନ୍ସିଗୁଡ଼ିକ ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ କରିବା ପାଇଁ ବିଚାର କରୁଛନ୍ତି ଏବଂ ଏହାର ତଦନ୍ତ ପାଇଁ ଧାରା ୭୦ ପ୍ରୟୋଗ କରୁଛନ୍ତି ବୋଲି ବୟାନ ଦେବାକୁ ତାଙ୍କର ନିର୍ଦ୍ଦେଶ ରହିଛି । ଆପ୍ କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ ବୋଲି ସୁପ୍ରିମ୍ କୋର୍ଟ ପୂର୍ବରୁ ପ୍ରଶ୍ନ କରିଥିଲେ । ଏହା ପୂର୍ବରୁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିକୁ ପଚାରିଥିଲେ ଯେ ଆପ୍ କୁ କାହିଁକି ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅଧୀନରେ ଅଭିଯୁକ୍ତ କରାଗଲା ନାହିଁ । ତେବେ ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆମ୍ ଆଦମୀ ପାର୍ଟିର ତିନି ପ୍ରମୁଖ ନେତା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି ।ମଦ କାରବାରରେ ସୁଧାର ଆଣିବା ପାଇଁ ସରକାର ଖୁଚୁରା ମଦ କାରବାରରେ ନିଜର ସମ୍ପୃକ୍ତି ବନ୍ଦ କରି ଘରୋଇ ଲାଇସେନ୍ସଧାରୀଙ୍କୁ ସହରରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ଘରୋଇ ସଂସ୍ଥା ଗୁଡ଼ିକୁ ସମର୍ଥନ କରି ଏହି ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଜେନ୍ସି ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ଅବକାରୀ ଏବଂ ଭାଟ୍ ମାଧ୍ୟମରେ ୬,୭୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି । ମଦ ବିକ୍ରି ଉପରେ ପରବର୍ତ୍ତୀ ସମୟରେ ଦିଲ୍ଲୀ ସରକାର ୨୦୨୧-୨୨ ଅବକାରୀ ନୀତିକୁ ଗ୍ରହଣ ନକରି ପୂର୍ବ ବ୍ୟବସ୍ଥାକୁ ଫେରିଥିଲେ ।
Trending
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
- ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Prev Post
Next Post