ଆଜି ୟୁପିରେ ଶେଷ ଭୋଟ; ୧୦ରେ ଗଣତି
ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନମଣ୍ଡଳୀ ମଧ୍ୟରୁ ତିନିଟି ଚାକିୟା, ରୋବର୍ଟଗଞ୍ଜ ଓ ଦୁଢି ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଅବଶିଷ୍ଟ ୫୧ଟି ଆସନରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସପ୍ତମ ପର୍ଯ୍ୟାୟ ମତଦାନ ସହିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ଶେଷ ହେବ। ପୂର୍ବରୁ ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଏହି ସମସ୍ତ ୫ଟି ରାଜ୍ୟର ଭୋଟ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ।