ଆଜି ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା । ଦିଲ୍ଲୀର ମନୋନିତ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା 4ଟା 30ରେ ଶପଥ ନେବେ । ଏହାସହିତ ଆଜି 5ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ସୌରଭ ଭରଦ୍ବାଜ, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ ହୁସେନ ଆଜି ଶପଥ ନେବେ ।ଯଦି ଆତିଶୀଙ୍କ ବିଷୟରେ ଦେଖିବା ତାହେଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିଶ୍ବସନୀୟ ନେତାଙ୍କ ମଧ୍ୟରୁ ଜଣେ । ତେଣୁ ଯେତେବେଳେ ମନୀଷ ସିସୋଦିଆ ଏବଂ ସତୈନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା ସେତେବେଳେ ମନ୍ତ୍ରୀମଣ୍ଡଳର ଦାୟିତ୍ବ ଆତିଶୀଙ୍କୁ ଦିଆଯାଇଥିଲା । ତେବେ କ୍ୟାବିନେଟରେ ସାମିଲ ହେବାର ପ୍ରାୟ ଦେଢ ବର୍ଷ ପରେ ସେ ଆଜି ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । କେଜ୍ରିଓ୍ବାଲ ସରକାରଙ୍କ ସମୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସଂସ୍କୃତି ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟ ଯଦି ଦେଖିବା ତାହେଲେ ସେ ସବୁଠୁ କନିଷ୍ଠ ଅଟନ୍ତି । ସୁଷମା ସ୍ବରାଜ ଏବଂ ଶୀଲା ଦିକ୍ଷିତ ପରେ ସେ ଆତିଶୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ।ଯଦି ଆତିଶୀଙ୍କର ରାଜନୈତିକ କ୍ୟାରିୟର କଥା ଦେଖିବା ତାହେଲେ ସେ ଆମ୍ ଆଦମୀ ପାର୍ଟି ପ୍ରତିଷ୍ଠା ସମୟରେ ହିଁ ଦଳରେ ଯୋଗ ଦେଇଥିଲେ । 2015 ମସିହାରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । 2019 ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବାଜି ମାରିଥିଲେ । ଏହାପରେ ଦିଲ୍ଲୀ କ୍ୟାବିନେଟରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ଅନେକ ବିଭାଗର ଦାୟିତ୍ବ ତୁଲାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୁକୁଟ ପିଢିବେ ଆତିଶୀ ।
Trending
- ବିପଦ ସଂକେତ ଅତିକ୍ରମ କଲା ବୁଢାବଳଙ୍ଗ,ବାଲେଶ୍ବରରେ ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ
- ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର
- ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ
- ୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ
- ଜଳକା ନଦୀରେ ପୁଣି ବନ୍ୟା, ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଭୁଶୁଡିଲା କଚ୍ଚା ଘରର କାନ୍ଥ
- ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ,ଲୋୟର ପିଏମଜିର ଗାନ୍ଧୀ ମାର୍ଗରେ ୫୧ଟି କଣ୍ଟିଜେଣ୍ଟର ଫୁଲ ଡ୍ରେସ ରିହରସଲ
- ସଂସଦର ମୌସୁମୀ ଅଧିବେଶନର ଶେଷ,ନ୍ଦେ ମାତରମ୍ ଗାନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା
- DGP ଚୟନରେ ସୁପ୍ରିମକୋର୍ଟଙ୍କ ବ୍ରେକ୍ , ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
- ମୋବାଇଲ ନେଲା ୧୬ ବର୍ଷ ବାଳକ ଜୀବନ , ମୋବାଇଲକୁ ଚାର୍ଜରେ ଲଗାଇ ଇୟରଫୋନ୍ ଲଗାଇବା ହେଲା କାଳ
Prev Post
Next Post