ଆଜି ନିତି ଆୟୋଗ ବୈଠକ । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଯୋଗଦେବେ । ପନଃଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷ ରହିଥିବା ବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି । ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।ସେପଟେ କେନ୍ଦ୍ର ବଜେଟକୁ ନେଇ ଇଣ୍ଡି ମେଣ୍ଟ ଶାସିତ କିଛି ରାଜ୍ୟ ସରକାର ନିତି ଆୟୋଗ ବୈଠକରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏପଟେ ମମତା ବାନାର୍ଜୀ ବୈଠକରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ସରକାର ନିତି ଆୟୋଗକୁ ପୁନଃଗଠିତ କରିଥିଲେ । ସହଯୋଗୀ ଦଳର ବହୁ ବରିଷ୍ଠ ମନ୍ତ୍ରୀଙ୍କୁ ଆୟୋଗରେ ସ୍ଥାନ ଦିଆଯାଇଛି । ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ । ସେହିପରି ଡ.ଭିକେ ସାରସ୍ୱତ, ପ୍ରଫେସର ରମେଶ ଚନ୍ଦ୍ର, ଡ.ଭିକେ ପାଲ, ଅରବିନ୍ଦ ଭିରମାନି ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ ଅଛନ୍ତି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି