ଆଜିଠୁ ନାମାଙ୍କନ ଦାଖଲ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ ଦଳରୁ ସମର୍ଥନ ପାଇବା ଆଶା କ୍ଷୀଣ ବୋଲି ଅନୁଭବ କରୁଛନ୍ତି , ସେମାନେ ନିଜର ସମର୍ଥକଙ୍କ ସହ ଦଳ ଛାଡୁଛନ୍ତି । ପ୍ରମୁଖ ତିନି ଦଳ ବିଜେଡି ,ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ ହେଉଛି । ପ୍ରଶାସନ ଜାରି କରିଥିବା କୋଭିଡ କଟକଣା ଭିତରେ ନାମାଙ୍କନ ଭରିବେ ଆଶ୍ରୟୀ ପ୍ରାର୍ଥୀ । ମାଳମାଳ ପ୍ରାର୍ଥିଙ୍କ ଭିତରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ହୋଇପାରୁନାହିଁ । ଆଶା ଓ ଆଶଙ୍କା ଭିତରେ ପ୍ରଚାର ଆରମ୍ବ କରିଲେଣି ଆଶ୍ରୟୀ ପ୍ରାର୍ଥୀ ।