ଆଜି ଭାରତର ୧୬ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍ ଦେଇଛନ୍ତି। ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍ ଦେଇଥିଲେ।ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍ ଭିତରେ ଏବଂ ପାର୍ଲାମେଣ୍ଟ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଆଜି ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ଆଜିର ଭୋଟ୍ରେ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ୍ ପେପର୍ର ରଙ୍ଗ ସବୁଜ ହୋଇଥିବା ବେଳେ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାଲଟ୍ ପେପର୍ର ରଙ୍ଗ ଗୋଲାପୀ। ଏହି ବାଲଟ୍ ପେପର୍ରେ ସାଂସଦ ଓ ବିଧାୟକମାନେ ଏକ ସ୍ବତନ୍ତ୍ର କଲମରେ ଭୋଟ୍ ଦେଉଛନ୍ତି।ଆଜି ସକାଳେ ‘ଏନ୍ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଟୁଇଟ୍ କରି ଲେଖିଥିଲେ: ଆଜି ରାଷ୍ଟ୍ରପତି ନିର୍ବାଚନ। ମହାଦେବଙ୍କ ଆଶିଷ ମିଳିବ ବୋଲି ମୋର ବିଶ୍ବାସ। ହର ହର ମହାଦେବ।
Trending
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ