ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଉ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁକ୍ତା ଯୋଜନାରେ ଆଉ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩ ଦଶମିକ ୮୧ କୋଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ୨୦୨୩-୨୪…

ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ

ପୁରୀ: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ବିନସିଟିର ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢାଉ । ଭୁବନେଶ୍ବର ସୌଭାଗ୍ୟନଗରରେ ଥିବା ଘର, ଚକେଇଶିଆଣିରେ ଥିବା ସମ୍ପର୍କୀୟଙ୍କ ଘରେ…

ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି

ଭୁବନେଶ୍ବର: ରାଜ୍ୟରେ ଅଗ୍ନିବର୍ଷା । ଉପାନ୍ତରୁ ଉପକୂଳ ସବୁଠି ସ୍ଥିତି ସାଙ୍ଘାତିକ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆସନ୍ତା ୧୪ ତାରିଖ ଯାଏଁ ଜାରି ହୋଇଛି ସିଭିୟର ହିଟଓ୍ବେଭ୍ ଆଲର୍ଟ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ ।…

ଭଦ୍ରକ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ଭଦ୍ରକ: କେନ୍ଦୁଝର ଜିଲ୍ଲା ପରେ ଦୁଇ ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ନେହେରୁ ଷ୍ଟାଡିୟମରେ ପହଞ୍ଚି ଖେଳାଳିଙ୍କ ସହ ଆଲୋଚନା ପରେ ଲୋକଙ୍କ ସହିତ ସମସ୍ୟା…

୨୦୯ରନରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ । ଭାରତକୁ ୨୦୯ରନରେ ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ ।  ୪୪୪ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଶେଷ ଦିନର ପ୍ରଥମ ସେଶନରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଇନିଂସରେ ଭାରତର କୌଣସି ବି ବ୍ୟାଟର…

ମହିଳା ହକି ଜୁନିୟର ଏସିଆ କପ୍ ଜିତିଲା ଭାରତ

ଟୋକିଓ: ଭାରତୀୟ ହକି ଦଳ ଜୁନିୟର ଏସିଆ କପ୍ ଫାଇନାଲରେ ଦକ୍ଷିଣ କୋରିଆକୁ ପରାଜିତ କରି ଇତିହାସ ରଚିଛି । ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମଥର ପାଇଁ ଏସିଆ କପ୍ ଜିତିଛି । ସେହିପରି ଏହା ପୂର୍ବରୁ ସେମିଫାଇନାଲରେ ବିଜୟ ସହ ଭାରତୀୟ ଦଳ ଜୁନିୟର…

ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଲେ ଜୋକୋଭିକ

ପ୍ୟାରିସ: ସର୍ବିଆର ଟେନିସ ଷ୍ଟାର ନୋଭାକ ଜୋକୋଭିକ ତୃତୀୟଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ୩୬ ବର୍ଷୀୟ ଜୋକୋଭିକ ନରୱେର ଟେନିସ ତାରକା କ୍ୟାପ୍ସର ରୁଡଙ୍କୁ ପୁରୁଷ ଏକକ ଫାଇନାଲରେ ୭-୬, ୬-୩, ୭-୫ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ସପ୍ତମ ଥର ପାଇନାଲ ମୁକାବିଲା ଖେଳୁଥିଲେ ।…

ବିଦ୍ୟୁତ୍‌ କାଟ ସମସ୍ୟା ପାଇଁ ଦାୟୀ କିଏ? ମୁଖ୍ୟ ଶାସନ ସଚିବ ନେବେ ବୈଠକ

ଭୁବନେଶ୍ବର:  ଦିନ ରାତି  ଅସହ୍ୟ ହେଉଛି ଗରମ । ଏହାରି ଭିତରେ ବିଦ୍ୟୁତ୍ କାଟ୍ ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଟାଟା ପାଓ୍ବାର ସହ ମୁଖ୍ୟ ଶାସନ ସଚିବ ବୈଠକ ନେବେ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ଯ୍ୟୟ ପରେ ବିଦ୍ୟୁତ୍…

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ

ସୋର: ବାହାନଗାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୋସାଇଁ ପୋଖରୀରେ ସାମୂହିକ ମୁଣ୍ଡନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଲୋକେ । କାର୍ଯ୍ୟକ୍ରମରେ ବାହାନଗା, ସୋର ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାକୃତ…

ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ

ଭୁବନେଶ୍ୱର: ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ । ମ୍ୟାଚର ୧ ମିନିଟ ୧୫ ସେକେଣ୍ଡରେ ଭାରତ ପ୍ରଥମ ଗୋଲ ଦେଇଥିଲା । ୧୩ ମିନିଟ ୫୪ ସେକେଣ୍ଡରେ ଭାରତ ଦ୍ଵିତୀୟ ଗୋଲ ସ୍କୋର କରିଥିଲା । ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଦଳ ମଙ୍ଗୋଲିଆ…