ତୃତୀୟ ସାମ୍ମୁଖ୍ୟ ନେଇ ବିରୋଧୀ ବିଭାଜିତ

Mamata-Banerjee-9

ମେଂଟକୁ ନେଇ ଫାଟ । ତୃତୀୟ ସାମ୍ମୁଖ୍ୟ ଚର୍ଚା ଉପରେ ବିରାମ ଲାଗିଛି । ଏବେ ଗୋଟିଏ ପରେ ଅନ୍ୟ ଦଳ ମଧ୍ୟ ତୃତୀୟ ସାମ୍ମୁଖ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳୁଛି। ୨୦୨୪ ନିର୍ବାଚନ ଏକାକୀ ଲଢ଼ିବା ପାଇଁ  ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଘୋଷଣା କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓଙ୍କ ତୃତୀୟ ସାମ୍ମୁଖ୍ୟ ପରିକଳ୍ପନା ମଧ୍ୟ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିଦେବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ବିଭାଜିତ ବିରୋଧୀ ଦଳମାନଙ୍କ ମଧ୍ୟରେ ମତଭେଦ ବିଜେପିକୁ କେତେ  କଡ଼ା ଟକ୍କର ଦେବ ତାହା ସମୟ କହିବ ।