୫୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍

ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି ।  ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ । ଡାଉନ୍ ଟ୍ରେନ୍ ଚାଲିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି  ଟ୍ରେନ୍ ଗଡ଼ିଛି । ୨ ତାରିଖ ସନ୍ଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ବନ୍ଦ ରହିଥିଲା ଟ୍ରେନ ଚଳାଚଳ ।