୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ କାହିଁକି?
୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ କାହିଁକି? ଏନେଇ ପ୍ରଶ୍ନ କରିଛି କଂଗ୍ରେସ । କିଛି ଦିନ ହେଲା ଏନେଇ କଂଗ୍ରେସର ନେତା ପ୍ରଶ୍ନ କରୁଥିବା ବେଳେ ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସ୍ବତନ୍ତ୍ର ଅଧିବେଶନ ଏଜେଣ୍ଡା ସ୍ପଷ୍ଟ କରିବାକୁ ସେ କହିଛନ୍ତି । ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ଏଜେଣ୍ଡା ସାର୍ବଜନୀନ କରିବାକୁ ଦାବି କରିବେ ବିରୋଧୀ । ଆସନ୍ତା ୧୮ରୁ ୨୨ ଯାଏଁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । ତେବେ କଣ ଏଜେଣ୍ଡା ଅଛି ସେ ବିଷୟରେ ସରକାର କିଛି ଜଣାଇନାହାଁନ୍ତି ।