ମହିଳା ସଂରକ୍ଷଣ ବିଲ ମଧ୍ୟ ରାଜ୍ୟ ସଭାରେ ମଞ୍ଜୁରୀ ମଳିଛି। ସମସ୍ତ ସାଂସଦ ଏହି ବିଲ ସପକ୍ଷରେ ମତ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ୧୪୦ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୁଁ ସେହି ସମସ୍ତ ରାଜ୍ୟ ସଭା ଏମ୍ପିଙ୍କୁ ଧନ୍ୟବାଦ ରାଜ୍ୟ ସଭା ଏମ୍ପିଙ୍କୁ ଧନ୍ୟବାଦଜଣାଉଛି। ଯେଉଁମାନେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଭୋଟ ଦେଇଛନ୍ତି। ଏହିପରି ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ ଅଟେ।ସେ କହିଛନ୍ତି, ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାସ ହେବା ସହିତ ଆମେ ଭାରତର ମହିଳାମାନଙ୍କ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ ଏବଂ ସଶକ୍ତିକରଣର ଏକ ଯୁଗକୁ ଗ୍ରହଣ କରୁଛୁ। ଏହା କେବଳ ଏକ ନିୟମ ନୁହେଁ। ଆମ ଦେଶ ଗଢିଥିବା ଅଗଣିତ ମହିଳାଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। ତାଙ୍କର ଅବଦାନ ଯୋଗୁ ଭାରତ ସମୃଦ୍ଧ ହୋଇଛି।ଏହି ବିଲ୍କୁ ସମର୍ଥନ କରି ୨୧୪ ଭୋଟ ଦିଆଯାଇଥିଲା। କେହି ଏହାକୁ ବିରୋଧ କରି ନାହାଁନ୍ତି। ଦୀର୍ଘ ଦିନ ଧରି ଆଲୋଚନା ପରେ ବୁଧବାର ଲୋକ ସଭାରେ ଏହି ବିଲ ଅନୁମୋଦନ କରାଯାଇଥିଲା। ଗୃହରେ ୪୫୪ ଭୋଟ ଏହି ବିଲ ସପକ୍ଷରେ ଏବଂ ୨ଟି ଭୋଟ ଦିଆଯାଇଥିଲା। ଲୋକ ସଭାରେ ଏବଂ ଆସେମ୍ବଲିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି।
Trending
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
Prev Post
Next Post