ମହିଳା ସଂରକ୍ଷଣ ବିଲ ମଧ୍ୟ ରାଜ୍ୟ ସଭାରେ ମଞ୍ଜୁରୀ ମଳିଛି। ସମସ୍ତ ସାଂସଦ ଏହି ବିଲ ସପକ୍ଷରେ ମତ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ୧୪୦ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୁଁ ସେହି ସମସ୍ତ ରାଜ୍ୟ ସଭା ଏମ୍ପିଙ୍କୁ ଧନ୍ୟବାଦ ରାଜ୍ୟ ସଭା ଏମ୍ପିଙ୍କୁ ଧନ୍ୟବାଦଜଣାଉଛି। ଯେଉଁମାନେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଭୋଟ ଦେଇଛନ୍ତି। ଏହିପରି ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ ଅଟେ।ସେ କହିଛନ୍ତି, ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାସ ହେବା ସହିତ ଆମେ ଭାରତର ମହିଳାମାନଙ୍କ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ ଏବଂ ସଶକ୍ତିକରଣର ଏକ ଯୁଗକୁ ଗ୍ରହଣ କରୁଛୁ। ଏହା କେବଳ ଏକ ନିୟମ ନୁହେଁ। ଆମ ଦେଶ ଗଢିଥିବା ଅଗଣିତ ମହିଳାଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। ତାଙ୍କର ଅବଦାନ ଯୋଗୁ ଭାରତ ସମୃଦ୍ଧ ହୋଇଛି।ଏହି ବିଲ୍କୁ ସମର୍ଥନ କରି ୨୧୪ ଭୋଟ ଦିଆଯାଇଥିଲା। କେହି ଏହାକୁ ବିରୋଧ କରି ନାହାଁନ୍ତି। ଦୀର୍ଘ ଦିନ ଧରି ଆଲୋଚନା ପରେ ବୁଧବାର ଲୋକ ସଭାରେ ଏହି ବିଲ ଅନୁମୋଦନ କରାଯାଇଥିଲା। ଗୃହରେ ୪୫୪ ଭୋଟ ଏହି ବିଲ ସପକ୍ଷରେ ଏବଂ ୨ଟି ଭୋଟ ଦିଆଯାଇଥିଲା। ଲୋକ ସଭାରେ ଏବଂ ଆସେମ୍ବଲିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post