ହିମାଚଳ ପ୍ରଦେଶରେ ଭୟଙ୍କର ବର୍ଷା
ଜୁନ ୨୭ରେ ହିମାଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ଉଚ୍ଚସ୍ଥାନରୁ ଖସି ୨୧ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୧୮, ସାପ କାମୁଡାରେ ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ପ୍ରତ୍ୟେକ ୮ ଏବଂ ଆକସ୍ମିକ ବନ୍ୟାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଭୂସ୍ଖଳନ କିମ୍ବା ବଜ୍ରପାତରେ କେହି ପ୍ରାଣ ହରାଇ ନାହାନ୍ତି। ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ ୪୧୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି। ଏଥିମଧ୍ୟରୁ ପୂର୍ତ୍ତ ବିଭାଗ ୧୭୨ କୋଟି ଏବଂ ଉଦ୍ୟାନ ବିଭାଗ ୧୩୯ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ ତରଫରୁ ରାଜ୍ୟର ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।