ସ୍ତ୍ରୀ ବାପଘରେ ଥିବା ବେଳେ ଜୀବନ ହାରିଦେଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଶଶୁର ଘରେ ଜୀବନ ହାରିଲେ ଦିଲ୍ଲୀର ଏମ୍ସ ଡାକ୍ତର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଡାକ୍ତର ଜଣକ ନ୍ୟୁରୋ ସର୍ଜନ ଥିଲେ। ବୟସ ୩୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି। ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଅନେକ ଦିନରୁ ବିବାଦ ଲାଗି ରହିଥିବା ପୁଲିସ ସୂଚନା ଦେଇଛି । କିଛିଦିନ ହେବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଡାକ୍ତରଙ୍କ ସ୍ତ୍ରୀ ବାପ ଘରକୁ ବୁଲିବାକୁ ଯାଇଥିଲେ |ବାପା ଘରେ ସ୍ତ୍ରୀ ଥିବା ଅବସ୍ତା ରେ ଡାକ୍ତରଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଡାକ୍ତର ରାଗି ଯାଇ କାହାକୁ କିଛି ନଜଣାଇ  ଜୀବନ ହାରି ଦେଇଥିବା ଜଣାପଡିଛି ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡାକ୍ତର ଅତ୍ୟଧିକ ଔଷଧ ଖାଇ ଜୀବଦ ହାରି ଦେଇଛନ୍ତି। କିନ୍ତୁ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହିତ ତଦନ୍ତ ଆରମ୍ଭ କରିଛି। ଏଥିସହିତ ମୃତ ଡାକ୍ତରଙ୍କ ସ୍ତ୍ରୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିବା ଜଣାପଡିଛି |