ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର:  ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି। ଆମେରିକାର ସିଲିକନ ଭ୍ୟାଲିରେ ଏକାଧିକ ଏମଏନସିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଟିମ୍ ।

ରାଜ୍ୟରେ ଏଚଡିଆଇ-ପିସିବି ତଥା ହାଇ-ଡେନସିଟି ଇଣ୍ଟରକନେକ୍ଟ ପ୍ରିଣ୍ଟେଡ ସରକିଟ ବୋର୍ଡର ପ୍ରମୋଟର ପିଆର ପଟେଲଙ୍କୁ ଭେଟି ରାଜ୍ୟରେ ନିବେଶ ନେଇ ଆଲୋଚନା କରିଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଯାଇଥିବା ଟିମ୍ । ରାଜ୍ୟ ସରକାର ନିବେଶ ପାଇଁ ଦେଉଥିବା ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସୁବିଧା ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ରାଜ୍ୟ ସରକାରଙ୍କ ଏହି ଟିମ୍| ଏହି ଆଲୋଚନା ପରେ ଏଚଡିଆଇ-ପିସିବି ନିବେଶ ପାଇଁ ପ୍ରସ୍ତୁତ ହେଉଛି। ଏଚଡିଆଇ-ପିସିବି ହେଉଛି ଏକ ପ୍ରକାର ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଯାହା ପାରମ୍ପରିକ ସର୍କିଟ୍ ବୋର୍ଡ ଠାରୁ ତୁଳନାତ୍ମକ ଭାବେ ଅଧିକ ଉପଯୋଗୀ ୭ ବର୍ଷରେ ୪ ହଜାର ୩୬୦ କୋଟି ଟଙ୍କା ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏଚଡିଆଇ-ପିସିବିର ପ୍ରମୋଟର ପି.ଆର ପଟେଲ। ଏହା ଦ୍ବାରା ୩ ହଜାର ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏଥିସହ ଓଡ଼ିଶାରେ ନିବେଶ ପାଇଁ ବହୁ ଆନ୍ତର୍ଜାତୀୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି।