ଆକସ୍ମିକ ବନ୍ୟାର ସିକ୍କିମର ତିସ୍ତା ନଦୀରେ ଆସିଥିବା ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି ପାଇଛି । ହୋଇଥିବା ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ୧୨୨ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ୯ ସେନା ଯବାନଙ୍କ ସମେତ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାର ସୂଚନା ଅଧିକାରୀମାନେ ରବିବାର ଦେଇଛନ୍ତି ।ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବୁଧବାର ସକାଳେ ବାଦଲ ଫଟା ବର୍ଷା ଯୋଗୁଁ ସୃଷ୍ଟି ,ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୬୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖାଲି ସେତିକି ନୁହେଁ ସିକିମର ଅଧିକାଂଶ ଅଞ୍ଚଳ ଅନ୍ୟ ରାଜ୍ୟରୁ ବିଚ୍ଛିନ୍ନ ହୋଇଛି। ୧୨୨ ଜଣ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରହିଛି ବୋଲି ଏସ୍ଏସଡିଏମ୍ଏ କହିଛି । ସିକିମର ପାକ୍ୟୋଙ୍ଗ ଜିଲ୍ଲାରେ ୭୮ ଜଣ, ଗ୍ୟାଙ୍ଗଟକ୍ ଜିଲ୍ଲାରେ ୨୩ ଜଣ, ମଙ୍ଗନରେ ୧୫ ଜଣ ଏବଂ ନାମଚିରେ ୬ ଜଣ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନରେ ସ୍ୱତନ୍ତ୍ର ରାଡାର, ଡ୍ରୋନ ଓ ସାମରିକ କୁକୁର ମୁତୟନ କରାଯାଇଛି ।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post
Next Post