ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ ସାଧାରଣ ଚାହା ବିକାଳୀରୁ ସିଏ ଆଜି ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଯେଉଁଥିପାଇଁ ସମସ୍ତ ଛୋଟରୁ ବଡ଼ ଦେଶ ଯାଏଁ ତାଙ୍କର ଭାରି ପ୍ରଶଂସା ଓ ସମ୍ମାନ କରନ୍ତି। ଏଥିଲାଗି ତାଙ୍କୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି ବିଶ୍ୱସ୍ତରୀୟ ପୁରସ୍କାର ସମ୍ବନ୍ଧୀୟ ଏକ ରିପୋର୍ଟ ବର୍ତମାନ ସାମ୍ନାକୁ ଆସିଛି। ଯାହା ମୋଦୀଙ୍କ ଲୋକପ୍ରିୟତାକୁ ବାସ୍ତବତାରେ ପରିଣତ କରିଥିବା କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକୃତି ଦେଇ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ୨୦୧୪ ମସିହାରୁ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ସରକାର ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୮ ରେ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଥିବା କଥା କହିଛନ୍ତି। ସେ କହିଛନ୍ତି ଯେ ୨୦୧୪ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ଏବଂ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିବା ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ତାଙ୍କର ନେତୃତ୍ୱର ସ୍ପଷ୍ଟ ସ୍ୱୀକୃତି ବୋଲି ଶ୍ରୀ ମୁରଲୀଧରନ୍ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ୧୪ଟି ରାଷ୍ଟ୍ରରୁ ପୁରସ୍କାର ମିଳିଥିବା ବେଳେ ସେଥିମଧ୍ୟରୁ ୮ଟି ଇସ୍ଲାମିକ ଦେଶରୁ ପୁରସ୍କୃତ କରାଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post