ରାହୁଲ ଗାନ୍ଧିଙ୍କୁ ଆମେରିକାରେ ଖୋଜ

ଆମେଥି: ଗତକାଲି କଂଗ୍ରେସ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସ୍ମୃତି ଇରାନୀଙ୍କ ଏକ ଫଟୋ ପୋଷ୍ଟ କରାଯାଇ ନିଖୋଜ ବୋଲି ଲେଖା ଯାଇଥିଲା। ସ୍ମୃତି ଇରାନୀ ପ୍ରାୟ ଘଣ୍ଟାଏ ପରେ କଂଗ୍ରେସର ଏହି ଟ୍ୱିଟର କଡ଼ା ଜବାବ ଦେଇଛନ୍ତି। ଏଥିସହ ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କୁ ଖୋଜୁଥିଲେ ଆମେରିକା ସହ ସମ୍ପର୍କ କରନ୍ତୁ ବୋଲି କହିଛନ୍ତି। କଂଗ୍ରେସ ଟ୍ୱିଟରର ଜବାବ ଦେଇ ସେ କହିଛନ୍ତି, ହେ ଦିବ୍ୟ ରାଜନୈତିକ ପ୍ରାଣୀ, ମୁଁ ଏବେ ଆମେଠି ଲୋକସଭା କ୍ଷେତ୍ରର ଏକ ଗାଁରେ ଅଛି। ଆପଣମାନେ ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ଖୋଜନ୍ତୁ