ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରଥମ ଝଲକ୍‌

ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଜାନୁଆରି ୨୨ ତାରିଖରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତି‌ଷ୍ଠା କାର୍ଯ୍ୟ ରହିଛି।  ଏହି ସମୟରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି।ଗୁରୁବାର ରାତିରେ ରାମଲଲା ମୂର୍ତ୍ତିର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରତିମାକୁ ଗତକାଲିଠାରୁ ଗର୍ଭଗୃହରେ ରଖାଯାଇଛି। ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଯାଇଛି।