ଗତକାଲି ପ୍ରାଣ ପ୍ରତିଷ୍ଠ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିରର ଦ୍ୱାର । ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଛନ୍ତି । ଭୋର ୩ ଟାରୁ ଦର୍ଶନ ପାଇଁ ମନ୍ଦିର ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ ଏତେ ଅଧିକ ଯେ ଏହାକୁ ସମ୍ଭାଳିବା ପୋଲିସ କର୍ମଚାରୀଙ୍କ ପାଇଁ କଷ୍ଟକର ମନେ ହେଉଛି । ମନ୍ଦିରର ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁରକ୍ଷା ବଳୟ ଭାଙ୍ଗି ବଳପୂର୍ବକ ବହୁ ସଂଖ୍ୟକ ଲୋକ ମନ୍ଦିର ପରିସରକୁ ପ୍ରବେଶ କରୁଛନ୍ତି ।ଅନ୍ୟ ଏକ ଭିଡିଓରେ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ବୋହି ମନ୍ଦିର ପରିସର ବାହାରେ ଆମ୍ବୁଲାନ୍ସ ରଖିଥିବା ଦେଖିବାକୁ ମିଳିଛି । ଏଠାରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାମ ମନ୍ଦିରଗର୍ଭଗୃହରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଉପସ୍ଥିତ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ଅଯୋଧ୍ୟାର ରାମଲାଲାଙ୍କୁ ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post