ରାଜସ୍ଥାନରେ ସରକାର ଗଢିପାରେ ବିଜେପି
ନୂଆଦିଲ୍ଲୀ: ଏବିପି-ନ୍ୟୁଜ ସି-ଭୋଟର ପକ୍ଷରୁ ଓପିନିୟନ ପୋଲ ବା ମତାମତ ସର୍ଭେର ଫଳାଫଳ ପ୍ରକାଶ ପାଇଛି ।ରାଜସ୍ଥାନରେ ଅଶୋକ ଗେହଲୋଟ୍ ବିରୋଧରେ ସରକାର ବିରୋଧୀ ହାଓ୍ବା ସୃଷ୍ଟି ହୋଇଛି । ଏହାର ଫାଇଦା ବିଜେପି ନେବାର ସମ୍ଭାବନା ରହିଛି । ରାଜସ୍ଥାନରେ ସି-ଭୋଟରର ଜନମତ ସର୍ଭେ ଅନୁଯାୟୀ, ରାଜ୍ୟରେ ମୋଟ ୨୦୦ ଆସନମଧ୍ୟରୁ ବିଜେପିକୁ ସର୍ବାଧିକ ୧୨୭-୧୩୭ ଟି ଆସନ ମିଳିପାରେ । ଦ୍ୱିତୀୟ ସ୍ଥାନରେ ରହିବ କଂଗ୍ରେସ । କଂଗ୍ରେସକୁ ୫୯ରୁ ୬୯ ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି ୨ରୁ ୬ଟି ସିଟ୍ ଅନ୍ୟମାନଙ୍କୁ ମିଳିପାରେ । ଅର୍ଥାତ୍ ନିର୍ବାଚନରେ ରାଜସ୍ଥାନରେ ବିଜେପି ସରକାର ଗଠନ ହୋଇପାରେ । ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ତେବେ ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବାକୁ ସକ୍ଷମ ହେବ । ରାଜ୍ୟରେ କଂଗ୍ରେସକୁ ୧୧୩ରୁ ୧୨୫ଟି ଆସନ ମିଳିବାର ସମ୍ଭାବନା କହିଛି । ବିଜେପିକୁ ୧୦୪ରୁ ୧୧୬ଟି ଆସନ ମିଳିପାରେ । ଏହି ସର୍ଭେ ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସକୁ ୪୫ରୁ ୫୧ ଟି ଆସନ ମିଳିପାରେ । ବିଜେପିକୁ ୩୯ରୁ ୪୫ ଟି ଆସନ ମିଳିପାରେ । ଅନ୍ୟମାନଙ୍କୁ ଶୂନରୁ ଦୁଇଟି ସିଟ୍ ମିଳିପାରେ। ରାଜ୍ୟରେ ସମୁଦାୟ ୯୦ଟି ବିଧାନସଭା ଆସନ ରହିଥିବାବେଳେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୬ ରହିଛି। ଭୁପେଶ ବାଘେଲ ଛତିଶଗଡ଼ରେ ବର୍ତ୍ତମାନର କଂଗ୍ରେସ ସରକାରର ନେତୃତ୍ୱ ନେଉଛନ୍ତି। ରାଜ୍ୟରେ କଂଗ୍ରେସକୁ ୪୫ ପ୍ରତିଶତ ଭୋଟ୍ ମିଳିପାରେ। ସେହିପରି ବିରୋଧୀ ଦଳ ବିଜେପିକୁ ୪୪ ପ୍ରତିଶତ ଭୋଟ୍ ମିଳିପାରେ। ଅର୍ଥାତ୍ ଭୋଟ୍ ପ୍ରତିଶତ ଦୃଷ୍ଟିରୁ କଂଗ୍ରେସ ବିଜେପିଠାରୁ ସାମାନ୍ୟ ଆଗରେ ଥିବା ଜଣାପଡିଛି। ଅନ୍ୟମାନଙ୍କୁ ୧୧ ପ୍ରତିଶତ ଭୋଟ୍ ମିଳିପାରେ।