ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହଠାତ୍ ଖରାପ ହେବାରୁ ତାଙ୍କୁ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୦ ଜୁଲାଇ ୨୦୨୪ରେ ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଥିଲେ । ଦେଶର ସମସ୍ତ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କୁ ନେଇ ଏମ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ବିବୃତି ଜାରି କରାଯାଇନାହିଁ ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି ” ସେ କ୍ୟାବିନେଟର ଜଣେ ମୂଲ୍ୟବାନ ସହଯୋଗୀ । ଜଣେ ନେତା ଯିଏ ନିଜର ବୁଦ୍ଧି ପାଇଁ ବହୁତ ସମ୍ମାନିତ । କଠିନ ପରିଶ୍ରମ ଓ ସେବା ପ୍ରତି ପ୍ରତିବଦ୍ଧତା ବଳରେ ସେ ଜନଜୀବନରେ ଉନ୍ନତି ଲାଭ କରିଛନ୍ତି । ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହି କ୍ଷେତ୍ରରେ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାଦିଗରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ମୁଁ ତାଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି ।
Trending
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
 - ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
 - ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
 - ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
 - ଆଜି ପଞ୍ଚୁକର ଦ୍ବିତୀୟ ଦିନ , ପୁରୀ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼
 - ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
 - ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
 - ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
 - ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
 - ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
 
Prev Post
Next Post