ମେଡିସିନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା

ଚଳିତ ବର୍ଷ ପାଇଁ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ୨ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ମେଡିସନରେ ନୋବେଲ ପୁରସ୍କାର ମିଳିବ । ମାଇକ୍ରୋ ରିବୋନ୍ୟୁକ୍ଲିକ ଏସିଡ (ଆରଏନଏ) ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ ମେଡିସିନରେ ନୋବେଲ ପୁରସ୍କାର ପାଇଁ ଏହି ଦୁଇ ବୈଜ୍ଞାନିକଙ୍କ ନାମ ଯୁଗ୍ମ ଭାବେ ଘୋଷଣା କରାଯାଇଛି । କାରୋଲିନସ୍କା ଇନଷ୍ଟିଚ୍ୟୁଟ ସ୍ଥିତ ନୋବେଲ ଆକାଡେମୀ ତରଫରୁ ଏହି ଘୋଷଣା କରାଯାଇଛି ।