National ମଣିପୁରରେ ପୁଣି ହିଂସା, ସୁରକ୍ଷା କଡ଼ାକଡ଼ି On May 28, 2023 ନୂଆଦିଲ୍ଲୀ : ମଣିପୁରରେ ପୁଣି ହିଂସା । ସୁରକ୍ଷା ତଦାରଖ କରିବାକୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସେନା ମୁଖ୍ୟ ଏବେ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ପୂର୍ବାଞ୍ଚଳ କମାଣ୍ଡ ଅଧିକାରୀମାନେ ସେନା ମୁଖ୍ୟଙ୍କୁ ମଣିପୁରର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି । ଇତିମଧ୍ୟରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ମଣିପୁରରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ମେ’ ୩ ତାରିଖରେ ମଣିପୁରରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଥିଲା। Share