ଆଜି କେରଳର ୱାୟନାଡ଼ରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୨୨ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା, ସେନାବାହିନୀ, ଏନ୍ଡିଆର୍ଏଫ୍ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ମାଟି ତଳେ ଶତାଧିକ ବ୍ୟକ୍ତି ରହିଥିବା ଆଶଙ୍କା କରାଯାଉଛି। କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି।
କେରଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଆଜିର ଭୂସ୍ଖଳନରେ ୱାୟନାଡ଼ ଜିଲ୍ଲାର ମେପ୍ପାଡି, ମୁଣ୍ଡାକ୍କାଇ, ଅଟ୍ଟାଲାମାଲା, ନୁଲପୁଝା ଓ ଚୁରାଲମାଲା ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଥମେ ଉପରମୁଣ୍ଡରେ ଥିବା ମେପ୍ପାଡି ଗାଁକୁ ଭୂସ୍ଖଳନ ସଂପୂର୍ଣ୍ଣ ଧୋଇ ଦେଇଥିଲା। ପରେ ଲକ୍ଷଲକ୍ଷ କ୍ବିଣ୍ଟାଲର ମାଟି, ପଥର, କାଦୁଅ ଆଦି ଅନ୍ୟଗାଁ ଉପରେ ମାଡ଼ିଯାଇଥିଲା। ବଡି ଭୋରରେ ଲୋକମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ଏଣୁ ଅନେକଙ୍କ ଜୀବନ ଶୋଇଥିବା ଅବସ୍ଥାରେ ହିଁ ଚାଲିଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୧୨୮ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନେକ ମାଟି ତଳେ ଦବି ରହିଥିବା ଓ କେତେକ ନିକଟସ୍ଥ ଚେଲିୟାର୍ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ପ୍ରଥମେ ଏନ୍ଡିଆର୍ଏଫ୍ ଯୋଗ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ସେନାବାହିନୀ ଓ ପାରା ରେଜିମେଣ୍ଟ୍ ଯବାନ ଯୋଗ ଦେଇଛନ୍ତି। କନ୍ନୁରର ଏଝିମାଲା ନୌସେନା ଘାଟିରୁ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି। ବଢ଼ନ୍ତା ନଦୀରେ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ନୌସେନାର ୩୦ ଜଣ ସ୍ବତନ୍ତ୍ର ସନ୍ତରଣକାରୀ ଯବାନ ନିୟୋଜିତ ହୋଇଛନ୍ତି। ମଧ୍ୟାହ୍ନ ୧୨ଟାରେ ବଢ଼ନ୍ତା ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରି ଭାରତୀୟ ସେନାର ଯବାନ ମୁଣ୍ଡାକ୍କାଇରେ ପହଞ୍ଚିଥିବା ବେଳେ ଭୂସ୍ଖଳନର ପ୍ରାୟ ୧୫ଘଣ୍ଟା ପରେ ଚୁରାଲମାଲାରେ ପହଞ୍ଚିଥିଲେ। ଡ୍ରୋନ୍ ଦ୍ବାରା ଉତ୍ତୋଳିତ ଚିତ୍ରରେ ଭୂସ୍ଖଳନ ଭୟାନକ ରୂପ ସାମ୍ନାକୁ ଆସିଛି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post