ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହା ସହ ରାଜ୍ୟରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରୁ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ଚାଲିବାପାଇଁ ଥିବା ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର ଦେଇ ବିଶାଖପଟନମରେ ପହଞ୍ଚିବ । ଏହା ସପ୍ତାହକୁ ୬ ଦିନ ଚାଲିବା ନେଇ ସୂଚନାରୁ ପ୍ରକାଶ । ସେହିପରି ସାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତର ଶୁଭାରମ୍ଭ ହେବା ସହ ୪ଟି ବନ୍ଦେ ଭାରତ ଟ୍ରେନ୍ର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
Prev Post
Next Post