ଭାରତ ବିରୋଧରେ କଡା ବୟାନ ଦେଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଶୁକ୍ରବାର ଦିନ ସେ କହିଛନ୍ତି ଯେ ଭାରତର କାର୍ଯ୍ୟ ଉଭୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଅତ୍ୟନ୍ତ କଷ୍ଟକର କରୁଛି। ଏହା ଭିସା ସେବାରେ ବିଳମ୍ବ କରିବ ବୋଲି ସେ କହିଛନ୍ତି । କାନାଡା ଭାରତରୁ ନିଜର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଟ୍ରୁଡୋ ଏହି ବୟାନ ଦେଇଛନ୍ତି। କାନାଡା କହିଛି ଯେ ଭାରତ କାନାଡାର କୂଟନୀତିଜ୍ଞମାନଙ୍କୁ ସେମାନଙ୍କ କୂଟନୈତିକ ମୁକ୍ତି ପ୍ରତ୍ୟାହାର କରିବାକୁ ଧମକ ଦେଇଛି। ଭାରତ ଓ କାନାଡ଼ାର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ୱାଭାବିକ ଭାବେ ଜୀବନ ଯାପନ କରିବା ଭାରତ ସରକାର ଅତ୍ୟନ୍ତ କଷ୍ଟକର କରିଦେଉଛନ୍ତି। ସେମାନେ ଭାରତ କୂଟନୀତିର ମୌଳିକ ନୀତିକୁ ଉଲ୍ଲଂଘନ କରି ଏପରି କରୁଛନ୍ତି।ଓଣ୍ଟାରିଓର ବ୍ରାମ୍ପଟନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରୁଡୋ କହିଛନ୍ତି, ଏହା ମୋତେ ଭାରତୀୟ ଉପମହାଦେଶର ଲକ୍ଷ ଲକ୍ଷ କାନାଡାବାସୀଙ୍କ ସୁଖ ଓ ଖୁସି କୁ ନେଇ ଚିନ୍ତିତ କରିଛି। କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର କିଛି କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ଦ୍ୱାରା ଯାତ୍ରା ଏବଂ ବାଣିଜ୍ୟ ବାଧାପ୍ରାପ୍ତ ହେବ ଏବଂ କାନାଡାରେ ଅଧ୍ୟୟନ କରୁଥିବା ଭାରତୀୟଙ୍କ ପାଇଁ ଅସୁବିଧା ସୃଷ୍ଟି ହେବ । କାନାଡାରେ ଭାରତର ପାଖାପାଖି ୨୦ ଲକ୍ଷ ଲୋକ ଅଛନ୍ତି, ଯାହା କି ସେଠାକାର ମୋଟ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ଅଟେ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ