ଭାରତ-କାନାଡ଼ା ସମ୍ପର୍କ ବିଗିଡ଼ିଛି

କାନାଡ଼ାର ବ୍ରିଟିସ କଲମ୍ବିଆରେ ଗତବର୍ଷ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲା ଗମ୍ଭୀର ରୂପ ନେଇଛି। ଗତକାଲି ଏହି ମାମଲାରେ ସଂପୃକ୍ତ ହିଟ୍ ସ୍କ୍ବାଡ୍‌ର ତିନି ସଦସ୍ୟଙ୍କୁ କାନାଡ଼ା ପୁଲିସ ଗିରଫ କରିଛି। ଏଥିସହିତ ଏହି ଘଟଣାଟି ନୂଆ ମୋଡ଼ ନେଇଛି। ଠିକ୍ ଏହି ସମୟରେ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି।ପାଦକମାନଙ୍କ ସହ ମତ ବିନିମୟ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଏଯାଏ କାନାଡ଼ା କେବଳ ସବୁ କଥାରେ କହି ଆସୁଛି। ଭାରତ କିନ୍ତୁ ପ୍ରମାଣ ମାଗୁଛି। ଆମେ ଅପେକ୍ଷା କରୁଛୁ, ସେମାନଙ୍କ ପୁଲିସ ଅଧିକ ତଦନ୍ତ କରି ତଥ୍ୟ ଦେବ। ତେବେ ଏକଥା ସମସ୍ତେ ଜାଣିବା ଉଚିତ୍‌ ଯେ ଭା‌ରତ ଏବଂ କାନାଡ଼ା ମଧ୍ୟରେ ଗତ କିଛିମାସ ହେଲା କୂଟନୈତିକ ସଂପର୍କ ବିଗିଡ଼ିଛି। ଏହି ସଂପର୍କ ଖରାପ ହେବା ପଛରେ କାନାଡ଼ାର ଆଭ୍ୟନ୍ତରୀଣ ରାଜନୀତି ଏକ କାରଣ।