ଭାରତ ମହାସାଗରରେ ମାଲେସିଆ ଏୟାର୍ଲାଇନ୍ସ୍ର ବିମାନ ଏମ୍ଏଚ୍୩୭୦ର ଅନ୍ତର୍ଦ୍ଧାନ ଘଟଣା ହେଉଛି ଇତିହାସର ସବୁଠୁ ବିସ୍ମୟ ଉଦ୍ରେକକାରୀ ଘଟଣା ମଧ୍ୟରୁ ଅନ୍ୟତମ। ୨୦୧୪ ମାର୍ଚ୍ଚ ୮ ତାରିଖ ଦିନ କୁଆଲାଲମ୍ପୁର୍ରୁ ୨୩୯ ଯାତ୍ରୀଙ୍କୁ ନେଇ ବେଜିଙ୍ଗ୍ ଯାଉଥିବା ଜେଟ୍ଟି ଅଚାନକ ରାଡାର୍ ପରଦାରୁ ଉଭେଇ ଗଲା। ତା’ପରେ ଅନେକ ଦେଶ କୋଟି କୋଟି ଟଙ୍କା ବ୍ୟୟ କରି ୪ ବର୍ଷ ପର୍ଯ୍ୟନ୍ତ ଭାରତ ମହାସାଗରରେ ବ୍ୟାପକ ତଲାସୀ କରିବା ପରେ ବି ବିମାନଟିର ଭଗ୍ନାଂଶ ପଡ଼ିଥିବା ସ୍ଥାନକୁ ଗତ ୧୦ ବର୍ଷ ଭିତରେ ନିରୂପଣ କରିପାରି ନାହାନ୍ତି। ଏମ୍ଏଚ୍୩୭୦ ଉଭାନ୍କୁ ନେଇ ବହୁ କପୋଳକଳ୍ପିତ କାହାଣୀ ଶୁଣିବାକୁ ମିଳେ। ତେବେ ଏହି ଘଟଣାର ରହସ୍ୟ ଭେଦ କରିବା ପାଇଁ ନିଖୋଜ ବିମାନର ଯାତ୍ରୀମାନଙ୍କ ପରିବାର ବିଶ୍ବ ସମୁଦାୟକୁ ନିବେଦନ କରିଛନ୍ତି। ସଂପ୍ରତି ସମୁଦ୍ର ମଧ୍ୟରେ ନିୟନ୍ତ୍ରିତ ବିସ୍ଫୋରଣ କରି ବିମାନ ପଡ଼ିଥିବା ସ୍ଥାନ ନିରୂପଣ କରିବା ଲାଗି ବୈଜ୍ଞାନିକମାନେ ଉଦ୍ୟମ କରୁଛନ୍ତି। ଏହି ବିସ୍ଫୋରଣରୁ ସୃଷ୍ଟ ସଙ୍କେତକୁ ଅନୁଧ୍ୟାନ କରି ସେମାନେ ହୁଏତ ସମୁଦ୍ର ଶଯ୍ୟାରେ ପଡ଼ିଥିବା ବିମାନର ସନ୍ଧାନ ପାଇବେ ବୋଲି ଆଶା କରିଛନ୍ତି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post