ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୫-୨୬ ଅଧିବେଶନରୁ ବର୍ଷକୁ ଦୁଇଥର କରାଯିବ । ଛାତ୍ରମାନଙ୍କୁ ଉଭୟ ପରୀକ୍ଷାରେ ହାଜର ହେବାକୁ ବିକଳ୍ପ ଦିଆଯିବ ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଚୂଡ଼ାନ୍ତ ସ୍କୋର ଭାବରେ ବିବେଚନା କରାଯିବ । ଦୁଇଥର ବୋର୍ଡ ପରୀକ୍ଷା କରିବା ପାଇଁ ଦୁଇଟି ସୂତ୍ର ପ୍ରସ୍ତୁତ କରାଯାଇଛି। ପ୍ରଥମ ସୂତ୍ର JEE ରେ ଅଛି, ଯେଉଁଥିରେ ପିଲାମାନେ ଦୁଇଥର ପରୀକ୍ଷା ପାଇଁ ଆସିପାରିବେ। ଦ୍ୱିତୀୟ ସୂତ୍ର ହେଉଛି ସେମିଷ୍ଟାରରେ ପରୀକ୍ଷା କରିବା ଯଥା ପ୍ରତି ଛଅ ମାସରେ। କିନ୍ତୁ ବର୍ତ୍ତମାନ JEE ଅନୁଯାୟୀ ପରୀକ୍ଷା କରିବା ପାଇଁ ଏକ ସହମତି ପ୍ରକାଶ ପାଇଛ।ବୋର୍ଡ ପରୀକ୍ଷା ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ ଏକ ନୂତନ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ଅନୁଯାୟୀ ଛାତ୍ରୀଛାତ୍ରମାନେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହୋଇପାରିବେ। ଏହି ପଦକ୍ଷେପ ସେମାନଙ୍କ ଚାପକୁ ହ୍ରାସ କରିବ ଏବଂ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାର ଆଉ ଏକ ସୁଯୋଗ ମିଳିବ। ଆହୁରି ମଧ୍ୟ, ଯଦି ପ୍ରଥମ ପ୍ରୟାସରେ ଜଣେ ଛାତ୍ରର ପେପର ଖରାପ ହୋଇଯାଏ, ତେବେ ସେ ଦ୍ୱିତୀୟ ଥର ପରୀକ୍ଷା ଦେଇପାରିବେ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି ଯେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ବର୍ଷକୁ ଦୁଇଥର ଆଡମିଶନ ଦିଆଯିବ। ଉଭୟ ଅଧିବେଶନରେ ଆଡମିଶନ CUET ଆଧାରରେ ହେବ। ଦ୍ୱିତୀୟ ଅଧିବେଶନରେ ଆଡମିଶନ ପାଇଁ କୌଣସି ପୃଥକ ପରୀକ୍ଷା ଦେବାକୁ ପଡିବ ନାହିଁ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ