ଫିଫା ବିଶ୍ୱକପ୍‌ : ଷ୍ଟାଡିୟମରେ ମଦ ବିକିବା ମନା

ଦୋହା : କାତାର ର ଦୋହାରେ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଦିନଟେ ରହିଛି । ରବିବାରଠାରୁ ଏହି ମହାକୁମ୍ଭ ଆରମ୍ଭ ହେବ । ତେବେ ଆୟୋଜକ ଓ ଫିଫା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ଯେ ଷ୍ଟାଡିୟମରେ ମଦ ବିକ୍ରି କରାଯାଇପାରିବ ନାହିଁ । ପୂର୍ବରୁ ଷ୍ଟାଡିୟମରେ ମଦ ବିକ୍ରି କରାଯିବ ବୋଲି ଆୟୋଜକ ଏବଂ ଫିଫା ପକ୍ଷରୁ କୁହାଯାଇଥିଲା । କାତାର ସବୁଠୁ ଛୋଟ ଦେଶ ଭାବେ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍‌ ସମୟରେ ୧.୨ ମିଲିୟନ ପ୍ରଶଂସକ ଆସିବାର ସମ୍ଭାବନା ରହିଛି ।