ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସହ ଜଡ଼ିତ ଅନେକ ପ୍ରମୁଖ ନିୟମରେ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । କାଲିଠାରୁ ଫାଷ୍ଟାଗ୍, ପର୍ସନାଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ସ୍କିମ ଏବଂ ଆହୁରି ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ।କାଲିଠାରୁ ଫାଷ୍ଟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ନିଜ ଗାଡ଼ିର ଫାଷ୍ଟାଗ ବ୍ୟାଙ୍କର KYC ସହ ଅପଡେଟ କରିବା ବାଧ୍ୟତାମୂଳକ ହେବ । ନଚେତ ଏପ୍ରିଲ ୧ ତାରିଖରୁ ଏଥିରେ ସମସ୍ୟା ଦେଖା ଦେଇପାରେ । ତେଣୁ ଯଥାଶୀଘ୍ର ଏହାକୁ ଅପଡେଟ କରନ୍ତୁ, କାରଣ ମାର୍ଚ୍ଚ ୩୧ ପରେ କେୱାଇସି ନଥିବା ବ୍ୟାଙ୍କ ଡିଆକ୍ଟିଭ ବା ବ୍ଲକଲିଷ୍ଟ କରି ଦିଆଯିବ । ଏହାପରେ ଫାଷ୍ଟାଗରେ ବାଲାନ୍ସ ଥିଲେ ମଧ୍ୟ ପେମେଣ୍ଟ କରି ହେବନାହିଁ । ଯାହା ଫଳରେ ଟୋଲ ପ୍ଲାଜାରେ ଦୁଇ ଗୁଣ ଟାକ୍ସ ଦେବାକୁ ଚାଳକ ବାଧ୍ୟ ହେବେ ।ପାନ୍ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବା ପାଇଁ ଅନେକ ଥର ଡେଡଲାଇନ ବୃଦ୍ଧି ପରେ ଚଳିତବର୍ଷ ମାର୍ଚ୍ଚ ୩୧କୁ ସ୍ଥିର କରାଯାଇଛି । ଏହାପରେ ଯେଉଁ ବ୍ୟକ୍ତିଙ୍କ ପାନ୍ ପାର୍ଡ ଆଧାର ସହ ଲିଙ୍କ ହୋଇ ନଥିବ ତାହାକୁ ରଦ୍ଦ କରି ଦିଆଯିବ । ଯାହା ପଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ବଡ଼ ଟ୍ରାଞ୍ଜାକ୍ସନ କରିବାରେ ୟୁଜର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ୧୦୦୦ ଟଙ୍କାର ଜରିମାନା ମଧ୍ୟ ଲାଗୁ ହୋଇପାରେ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post