ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସହ ଜଡ଼ିତ ଅନେକ ପ୍ରମୁଖ ନିୟମରେ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । କାଲିଠାରୁ ଫାଷ୍ଟାଗ୍, ପର୍ସନାଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ସ୍କିମ ଏବଂ ଆହୁରି ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ।କାଲିଠାରୁ ଫାଷ୍ଟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ନିଜ ଗାଡ଼ିର ଫାଷ୍ଟାଗ ବ୍ୟାଙ୍କର KYC ସହ ଅପଡେଟ କରିବା ବାଧ୍ୟତାମୂଳକ ହେବ । ନଚେତ ଏପ୍ରିଲ ୧ ତାରିଖରୁ ଏଥିରେ ସମସ୍ୟା ଦେଖା ଦେଇପାରେ । ତେଣୁ ଯଥାଶୀଘ୍ର ଏହାକୁ ଅପଡେଟ କରନ୍ତୁ, କାରଣ ମାର୍ଚ୍ଚ ୩୧ ପରେ କେୱାଇସି ନଥିବା ବ୍ୟାଙ୍କ ଡିଆକ୍ଟିଭ ବା ବ୍ଲକଲିଷ୍ଟ କରି ଦିଆଯିବ । ଏହାପରେ ଫାଷ୍ଟାଗରେ ବାଲାନ୍ସ ଥିଲେ ମଧ୍ୟ ପେମେଣ୍ଟ କରି ହେବନାହିଁ । ଯାହା ଫଳରେ ଟୋଲ ପ୍ଲାଜାରେ ଦୁଇ ଗୁଣ ଟାକ୍ସ ଦେବାକୁ ଚାଳକ ବାଧ୍ୟ ହେବେ ।ପାନ୍ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବା ପାଇଁ ଅନେକ ଥର ଡେଡଲାଇନ ବୃଦ୍ଧି ପରେ ଚଳିତବର୍ଷ ମାର୍ଚ୍ଚ ୩୧କୁ ସ୍ଥିର କରାଯାଇଛି । ଏହାପରେ ଯେଉଁ ବ୍ୟକ୍ତିଙ୍କ ପାନ୍ ପାର୍ଡ ଆଧାର ସହ ଲିଙ୍କ ହୋଇ ନଥିବ ତାହାକୁ ରଦ୍ଦ କରି ଦିଆଯିବ । ଯାହା ପଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ବଡ଼ ଟ୍ରାଞ୍ଜାକ୍ସନ କରିବାରେ ୟୁଜର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ୧୦୦୦ ଟଙ୍କାର ଜରିମାନା ମଧ୍ୟ ଲାଗୁ ହୋଇପାରେ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post