ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଥିବା ନେଇ ଆତଙ୍କ
ଆଜି ମୁମ୍ବାଇ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା । କାରଣ ହେଉଛି ପ୍ୟାରିସ ଚାର୍ଲ୍ସ ଡି ଗଲ୍ ବିମାନବନ୍ଦରରୁ ଆସୁଥିବା ଭିସ୍ତାରା ବିମାନରେ ହାତ ଲେଖା ବୋମା ଧମକ ନୋଟ ମିଳିବା ପରେ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା ନେଇ କର୍ମଚାରୀମାନେ ପ୍ରଥମେ ସୂଚନା ଦେଇଥିଲେ । ସକାଳ 10: 08 ରେ ଏୟାରସାଇକେସନ ବ୍ୟାଗରେ ଥିବା ବିପଦ ନୋଟ ବିଷୟରେ ଜଣାଇଥିଲେ କର୍ମଚାରୀ । ଏଥିରେ 294 ଜଣ ଯାତ୍ରୀ ଏବଂ 12 ଜଣ କ୍ରୁ ସଦସ୍ୟ ଥିଲେ । ଏହି କାରଣ ଯୋଗୁ ବିମାନଟି ସକାଳ 10: 19 ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଭିସ୍ତାରା ପକ୍ଷରୁ ଏନେଇ କୁହାଯାଇଛି ଯେ ପ୍ୟାରିସରୁ ମୁମ୍ବାଇ ଆସୁଥିବା ଏହି ବିମାନରେ ବୋମା ଥିବା ନେଇ ଚିଠି ମିଳିବା ପରେ ସୁରକ୍ଷା କର୍ମଚାରୀଙ୍କୁ ଏନେଇ ସୂଚନା ଦେଇଥିଲେ । ଏହା ପରେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା ।