ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ପୁଲୱାମାର ତୁମଚି ନାଉପଡ଼ା ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ଉତ୍ତରପ୍ରଦେଶ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ପ୍ରବାସୀ ଶ୍ରମିକଙ୍କ ନାଁ ମୁକେଶ ସିଂହ। ଉକ୍ତ ଘଟଣା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହା ପୁଲୱାମାରେ ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ରବିବାର ଦିନ ଇଦଗାହ ଅଞ୍ଚଳରେ ଇନ୍ସପେକ୍ଟର ମସରୁର ଅହମଦ ୱାନୀ କ୍ରିକେଟ୍ ଖେଳୁଥିବାବେଳେ ତାଙ୍କ ଉପରକୁ ଆତଙ୍କବାଦୀମାନେ ଥର ଗୁଳିମାଡ଼ କରିଥିଲେ। ଉକ୍ତ ଆକ୍ରମଣ ପରେ ପ୍ରତିଟି ଗାଡ଼ିକୁ ସୁରକ୍ଷା ବାହିନୀ ଚେକ୍ କରୁଛନ୍ତି।
Trending
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
- ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
- ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତି ମନୋନୀତ
- ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୪ଦିନ ପରେ ଗଡ଼ିଲା ଘରୋଇ ବସ୍
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
Prev Post
Next Post