ଇସ୍ରୋର ଅଧ୍ୟକ୍ଷ ଏସ. ସୋମନାଥ ବର୍ତ୍ତମାନ ଦେଶବାସୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏବେ ସ୍ଲିପ ମୋଡରେ ରହିଛି । କିନ୍ତୁ ଏହା ପୁଣିଥରେ ଆକ୍ଟିଭ ହେବାର ସମ୍ଭାବନାକୁ ଏବେ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରମାରେ ଶୁପ୍ତ ଅବସ୍ଥାରେ ରହିଥିବା ନେଇ ଏଜେନ୍ସି ଖୁବ ଭଲ ଭାବରେ ଅବଗତ ରହିଛି ବୋଲି କହିଛନ୍ତି ଏସ. ସୋମନାଥ ।ଚନ୍ଦ୍ରଯାନ-୩କୁ ନେଇ ସୋମନାଥ କହିଛନ୍ତି ଯେ, ବର୍ତ୍ତମାନ ସେ ଚନ୍ଦ୍ରପୃଷ୍ଠରେ ଶାନ୍ତିରେ ଶୋଇଛି । ଏଥିରେ ବ୍ୟାଘାତ ନ କରି ତାକୁ ଶାନ୍ତିରେ ଶୋଇବାକୁ ଦିଆଯାଉ । ତେବେ ଯେବେ ସେ ଉଠିବା ପାଇଁ ସକ୍ଷମ ହେବ, ସେ ଉଠିବା ସହ ନିଜ କାମ କରିପାରିବ । ତେବେ ଏ ବିଷୟରେ ଅଧିକ କିଛି କହିବା ପାଇଁ ମନା କରି ଦେଇଛନ୍ତି ଏସ. ସୋମନାଥ । ଏହାପରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଉଠିବାର ସମ୍ଭାବନା ରହିଛି । କାରଣ ଏହି ମିଶନରେ ଗୋଟିଏ ଲାଣ୍ଡର ଏବଂ ଗୋଟିଏ ରୋଭର ସାମିଲ ରହିଥିଲେ । ତେବେ ଲାଣ୍ଡର ହେଉଛି ଏକ ବିଶାଳ ସଂରଚନା । ତେଣୁ ଏହାର ସମ୍ପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇ ନଥିଲା । କିନ୍ତୁ ରୋଭରର ପରୀକ୍ଷଣ ୦ ଡିଗ୍ରୀରୁ ୨୦୦ଡିଗ୍ରୀ ସେଲସିୟସ କମ୍ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି । ତେବେ ରୋଭର ଏହାଠାରୁ ମଧ୍ୟ କମ୍ ତାପମାତ୍ରାରେ କାମ କରିବାରେ ସକ୍ଷମ ଥିବା କହିଛନ୍ତି ଇସ୍ରୋ ମୁଖ୍ୟ ।ତେବେ ଚନ୍ଦ୍ରଯାନ-୩ର ପ୍ରକୃତ ମିଶନ୍ ପୂରଣ ହୋଇ ସାରିଛି । ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ । ଏହା ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା ପ୍ରଜ୍ଞାନ ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post