ଦୀର୍ଘ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କରି ରୁଷ ଗସ୍ତରେ ଯାଇଛନ୍ତି। ୟୁରୋପ ସମେତ ଆମେରିକା ରୁଷିଆ ଉପରେ ଅନେକ କଠୋର କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଏହି କଟକଣାର କାରଣ ୟୁକ୍ରେନ ଉପରେ ଆକ୍ରମଣ ବୋଲି କୁହାଯାଉଛି। ଅନ୍ତିମ ଥର ମୋଦୀ ୨୦୨୨ ମସିହାରେ ପୁଟିନଙ୍କୁ ଭେଟିଥିଲେ । କିନ୍ତୁ ଏହି ଭେଟଘାଟ ମସ୍କୋରେ ନୁହେଁ ବରଂ ଉଜବେକିସ୍ତାନର ସମରକାଣ୍ଡର ଏସସିଓ ସମ୍ମିଳନୀରେ ହୋଇଥିଲା ।ଏହି ବୈଠକରେ ମୋଦୀ ପୁଟିନଙ୍କୁ କହିଥିଲେ ଯେ ଏବେ ଯୁଦ୍ଧର ଯୁଗ ନୁହେଁ। ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରହିଛି। ବିଶେଷକରି ୧୯୭୧ରେ ଯେତେବେଳେ ଭାରତ-ସୋଭିଏତ ଶାନ୍ତି, ବନ୍ଧୁତା ଏବଂ ସହଯୋଗ ଚୁକ୍ତି ଭାରତ ଏବଂ ପୂର୍ବତନ ସୋଭିଏତ ସଂଘ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏସିଆରେ ଆମେରିକୀୟ ଓ ଚୀନର ଆଧିପତ୍ୟକୁ ସନ୍ତୁଳିତ କରିବା ପାଇଁ ମସ୍କୋ ଆରମ୍ଭରୁ ଭାରତ ସହ ସହଯୋଗକୁ ଜରୁରୀ ମନେ କରୁଛି । ଅନ୍ତର୍ଜାତୀୟ ରାଜନୀତିରେ ଭାରତକୁ ରୁଷ୍ ଭଳି ଏକ ପ୍ରମୁଖ ଶକ୍ତି ସର୍ବଦା ସମର୍ଥନ କରୁଛି। ଭାରତର ଅଧିକାଂଶ ସାମରିକ ଯନ୍ତ୍ରପାତି ଏବେ ବି ସୋଭିଏତ-ରୁଷିଆର । ଭଲ ସମ୍ପର୍କ ରହିଥିଲେ ସ୍ପେୟାର ପାର୍ଟସ ଦରକାର । ଏବେ ବି ଭାରତୀୟ ବାୟୁସେନାର ଅଧିକାଂଶ ଲଢୁଆ ବିମାନ ରୁଷ ଦ୍ୱାରା ନିର୍ମିତ।ଭାରତର ଚିନ୍ତା ହେଉଛି ଯେ ରୁଷ୍ ଚୀନ୍ ସହ ସମ୍ବେଦନଶୀଳ ଜ୍ଞାନକୌଶଳ ବାଣ୍ଟିପାରେ । ଚୀନ୍ କିମ୍ବା ପାକିସ୍ତାନ ସହ ସଂଘର୍ଷ ହେଲେ ରୁଷିଆ ସ୍ପେୟାର ପାର୍ଟସ ଯୋଗାଣକୁ ବିଳମ୍ବ କରିପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏପରି ହୁଏ ତେବେ ଭାରତକୁ କ୍ଷତି ସହିବାକୁ ପଡିପାରେ ଏବଂ ଏହି କାରଣରୁ ଭାରତ ରୁଷିଆ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ଏକ ରଣନୈତିକ ଉପାୟ ଆପଣାଉଛି।ଭାରତୀୟ ଦୂତାବାସ ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଉଭୟ ଦେଶର ରାଜନୈତିକ ନେତୃତ୍ୱ ପାଇଁ ଭାରତ ଓ ରୁଷ୍ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ୨୦୨୫ ସୁଦ୍ଧା ଦ୍ୱିପାକ୍ଷିକ ନିବେଶକୁ ୪ ଲକ୍ଷ ୧୭ ହଜାର କୋଟି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post