ଦୀର୍ଘ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କରି ରୁଷ ଗସ୍ତରେ ଯାଇଛନ୍ତି। ୟୁରୋପ ସମେତ ଆମେରିକା ରୁଷିଆ ଉପରେ ଅନେକ କଠୋର କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଏହି କଟକଣାର କାରଣ ୟୁକ୍ରେନ ଉପରେ ଆକ୍ରମଣ ବୋଲି କୁହାଯାଉଛି। ଅନ୍ତିମ ଥର ମୋଦୀ ୨୦୨୨ ମସିହାରେ ପୁଟିନଙ୍କୁ ଭେଟିଥିଲେ । କିନ୍ତୁ ଏହି ଭେଟଘାଟ ମସ୍କୋରେ ନୁହେଁ ବରଂ ଉଜବେକିସ୍ତାନର ସମରକାଣ୍ଡର ଏସସିଓ ସମ୍ମିଳନୀରେ ହୋଇଥିଲା ।ଏହି ବୈଠକରେ ମୋଦୀ ପୁଟିନଙ୍କୁ କହିଥିଲେ ଯେ ଏବେ ଯୁଦ୍ଧର ଯୁଗ ନୁହେଁ। ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରହିଛି। ବିଶେଷକରି ୧୯୭୧ରେ ଯେତେବେଳେ ଭାରତ-ସୋଭିଏତ ଶାନ୍ତି, ବନ୍ଧୁତା ଏବଂ ସହଯୋଗ ଚୁକ୍ତି ଭାରତ ଏବଂ ପୂର୍ବତନ ସୋଭିଏତ ସଂଘ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏସିଆରେ ଆମେରିକୀୟ ଓ ଚୀନର ଆଧିପତ୍ୟକୁ ସନ୍ତୁଳିତ କରିବା ପାଇଁ ମସ୍କୋ ଆରମ୍ଭରୁ ଭାରତ ସହ ସହଯୋଗକୁ ଜରୁରୀ ମନେ କରୁଛି । ଅନ୍ତର୍ଜାତୀୟ ରାଜନୀତିରେ ଭାରତକୁ ରୁଷ୍ ଭଳି ଏକ ପ୍ରମୁଖ ଶକ୍ତି ସର୍ବଦା ସମର୍ଥନ କରୁଛି। ଭାରତର ଅଧିକାଂଶ ସାମରିକ ଯନ୍ତ୍ରପାତି ଏବେ ବି ସୋଭିଏତ-ରୁଷିଆର । ଭଲ ସମ୍ପର୍କ ରହିଥିଲେ ସ୍ପେୟାର ପାର୍ଟସ ଦରକାର । ଏବେ ବି ଭାରତୀୟ ବାୟୁସେନାର ଅଧିକାଂଶ ଲଢୁଆ ବିମାନ ରୁଷ ଦ୍ୱାରା ନିର୍ମିତ।ଭାରତର ଚିନ୍ତା ହେଉଛି ଯେ ରୁଷ୍ ଚୀନ୍ ସହ ସମ୍ବେଦନଶୀଳ ଜ୍ଞାନକୌଶଳ ବାଣ୍ଟିପାରେ । ଚୀନ୍ କିମ୍ବା ପାକିସ୍ତାନ ସହ ସଂଘର୍ଷ ହେଲେ ରୁଷିଆ ସ୍ପେୟାର ପାର୍ଟସ ଯୋଗାଣକୁ ବିଳମ୍ବ କରିପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏପରି ହୁଏ ତେବେ ଭାରତକୁ କ୍ଷତି ସହିବାକୁ ପଡିପାରେ ଏବଂ ଏହି କାରଣରୁ ଭାରତ ରୁଷିଆ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ଏକ ରଣନୈତିକ ଉପାୟ ଆପଣାଉଛି।ଭାରତୀୟ ଦୂତାବାସ ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଉଭୟ ଦେଶର ରାଜନୈତିକ ନେତୃତ୍ୱ ପାଇଁ ଭାରତ ଓ ରୁଷ୍ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ୨୦୨୫ ସୁଦ୍ଧା ଦ୍ୱିପାକ୍ଷିକ ନିବେଶକୁ ୪ ଲକ୍ଷ ୧୭ ହଜାର କୋଟି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post