ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଗୃହ ଠପ୍ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ । ସେ କହିଛନ୍ତି ଯେ ହିଂସାକୁ କେହି ସମର୍ଥନ କରନ୍ତି ନାହିଁ। ଯେଉଁ ଘଟଣା ଘଟିଛି ତାହା ଲଜ୍ଜାଜନକ। ଏହାକୁ ରାଜନୀତୀକରଣ କରିବା ଆହୁରି ଲଜ୍ଜାଜନକ। ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ଏକ ଭୁଲ ଧାରଣା ସୃଷ୍ଟି ହୋଇଛି। ମୁଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲି। କିନ୍ତୁ ବିରୋଧୀ ଆଲୋଚନା ଚାହୁଁନଥିଲେ। ସେମାନେ ଗୃହମନ୍ତ୍ରୀଙ୍କୁ ବି କହିବାକୁ ଦେବାକୁ ଚାହୁଁନାହାନ୍ତି । ଦେଶର ଉତ୍ତରପୂର୍ବ ଅଞ୍ଚଳକୁ କେନ୍ଦ୍ର ସରକାର ସବୁବେଳେ ଫୋକସରେ ରଖିଛନ୍ତି ବୋଲି ଅମିତ ଶାହ କହିଛନ୍ତି । ମଣିପୁର ଭିଡିଓ ଭାଇରାଲ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ କାହିଁକି ହଟାଗଲା ନାହିଁ ବୋଲି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଯେ, ରାଜ୍ୟ ସରକାର ଶାନ୍ତି ପାଇଁ ଅନେକ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ହଟାଯାଏ ଯେତେବେଳେ ରାଜ୍ୟ ସରକାର ବିଫଳ ହୁଅନ୍ତି । କିନ୍ତୁ ବିରେନ ସିଂ ଅନବରତ ପ୍ରୟାସ କରୁଛନ୍ତି । ଦେଶରେ ଗତ ୯ ବର୍ଷରେ ଅନେକ ବିକାଶ କରିଛନ୍ତି ସରକାର । ଦେଶର ଜନତା କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଏହି ଭରସା ନାହିଁ । ଏହି ଅନାସ୍ଥା ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରିବା ପାଇଁ ଅଣାଯାଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ