ପଦ୍ମ ପୁରସ୍କାର ୨୦୨୩

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଦ୍ବିତୀୟ ପର୍ଯ୍ୟାୟରେ ୨୦୨୩ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଅସ୍କାର-ବିଜେତା ନାଟୁ ନାଟୁ ଗୀତର ପ୍ରସିଦ୍ଧ ସ୍ବରକାର ଏମ୍‌ଏମ୍‌ କୀରାବାଣୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶୈକ୍ଷିକ କାର୍ଯ୍ୟକ୍ରମ ‘ସୁପର ୩୦’ର ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ ଆନନ୍ଦ କୁମାରଙ୍କୁ ମଧ୍ୟ ପଦ୍ମଶ୍ରୀ ଦିଆଯାଇଛି। ଗତ ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ରାଷ୍ଟ୍ରପତି ମୁର୍ମୁ ୪୭ ଜଣଙ୍କୁ ପଦ୍ମଶ୍ରୀ, ୪ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣ ପ୍ରଦାନ କରିଥିଲେ।