ନ୍ୟୁଜ୍କ୍ଲିକ୍ ସାମ୍ବାଦିକଙ୍କ ଘରେ ଚଢ଼ଉ
ଚୀନ୍ରୁ ପାଣ୍ଠି ସଂଗ୍ରହ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍କ୍ଲିକ୍ ସାମ୍ବାଦିକଙ୍କ ଘରେ ଚଢ଼ଉ କରିଛି। ତାଙ୍କୁ ମଧ୍ୟ ପଚରା ଉଚୁରାକରିଛି । ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା। ସେହି ମାମଲାକୁ ଭିତ୍ତି କରି ଦିଲ୍ଲୀ ପୁଲିସ୍ ମଙ୍ଗଳବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ନ୍ୟୁଜକ୍ଲିକ୍ ଗଣମାଧ୍ୟମ ଅଧିକାରୀ ତଥା ଏହାର କର୍ମଚାରୀଙ୍କ ବାସଭବନ ଉପରେ ଚଢ଼ଉ କରୁଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସାମ୍ବାଦିକମାନଙ୍କୁ ଏ ନେଇ ପଚରାଉଚରା କରାଯିବା ପାଇଁ ପୁଲିସ୍ ଷ୍ଟେସନ୍ ନିଆଯାଇଛି। ଦୁର୍ନୀତି ନେଇ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନରୁ ନିକଟରେ ଜଣାପଡ଼ିଥିଲା।